ଓଡ଼ିଶା

ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ: କଟକରେ ଡବଲ ମର୍ଡର ।  ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ ଘଟିଛି ।  ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ ।  ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା ।  ଗତକାଲି ରାତିରେ ବାପା ମାଆଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ଏଥିରେ ରାଗିଯାଇ ଆଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ […]

ଓଡ଼ିଶା

ଆବାସିକ ବିଦ୍ୟାଳୟରେ ଆଉ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ !

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଭାଗର ଛାତ୍ରୀ। ସୂଚନା ଅନୁସାରେ ହଷ୍ଟେଲରେ ଥିବା ସମୟରେ ଛାତ୍ରୀ ଜଣକ ମାସିକ ସମୟରେ ପ୍ରେଗନେସି ଟେଷ୍ଟ […]

ଓଡ଼ିଶା

୨୬ରେ ସର୍ବଦଳୀୟ ବୈଠକ, ୨୭ରେ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୬ରେ ବସିବ ସର୍ବଦଳୀୟ ବୈଠକ। ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ବୁଧବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି। […]

ଓଡ଼ିଶା ଜାତୀୟ

୫ ଘଣ୍ଟା ବନ୍ଦ ରହିବ ଭାରତୀୟ ରେଳ ସେବା

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ। ଏହି […]

ଓଡ଼ିଶା

ହଟିବ ପୁରୁଣା, ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଆସିବ ଆଉ ୧୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ। ଚଳିତ ମାସ ୨୫ ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ। ‌ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆମ୍ବୁଲାନ୍‌ସ ସଂସ୍ଥା ପ୍ରଦାନ କରିବ। ରାଜ୍ୟରେ […]

ଜାତୀୟ

କଲକାତା ଓ ଝାଡଖଣ୍ଡର ୪୦ରୁ ଅଧିକ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକା ସମୟରେ ଚଢାଉ କରିଛନ୍ତି । କୋଇଲା ଚୋରି ଏବଂ ଅବୈଧ ଖଣି ଖନନ ଅଭିଯୋଗରେ ଅଭିଯୁକ୍ତ ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ପ୍ରମୁଖ କୋଇଲା ଚୋରି ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରି ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିଛି । ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକ ସମୟରେ ସନ୍ଧାନ ସହିତ […]

ଜାତୀୟ

୨୦ ବର୍ଷ ପରେ ବଦଳିଲେ ବିହାର ଗୃହବିଭାଗ ମନ୍ତ୍ରୀ, ନୀତିଶଙ୍କଠାରୁ ଦାୟିତ୍ୱ ନେଲେ ସମ୍ରାଟ

ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ ଶକ୍ତି ସହିତ ଅର୍ଥ ବିଭାଗର ଦାୟିତ୍ୱ ନେଇଛନ୍ତି । ଏହା ସହିତ ମଙ୍ଗଳ ପାଣ୍ଡେଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି । ପ୍ରଥମ […]

ଜାତୀୟ

G20 ସମ୍ମିଳନୀରେ ଯୋଗ ଦେବା ଲାଗି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପୂର୍ବରୁ ସେ କହିଥିଲେ, ଆମର ଦୃଷ୍ଟିକୋଣ ସହିତ G20 ସମ୍ମିଳନୀରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ ହେବ । ଏହା ଏକ ବିଶେଷ ସ୍ୱତନ୍ତ୍ର ସମ୍ମିଳନୀ । ୨୦୨୩ରେ ଭାରତର G20 ସଭାପତିତ୍ୱ ସମୟରେ, ଆଫ୍ରିକୀୟ […]

ଜାତୀୟ

ସାରା ଦେଶରେ ୪ ନୂଆ ଲେବର କୋଡ ଲାଗୁ କଲେ ମୋଦୀ ସରକାର

ନୂଆଦିଲ୍ଲୀ : ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍‌ କୋଡ୍‌ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍‌ଟାଇମ୍‌କଲେ ଦୁଇ ଗୁଣା ଦରମା,ଫିକ୍ସ ଟର୍ମ ଗ୍ରାଚୁଟି ଏବଂ ଅସୁରିକ୍ଷିତ ସ୍ଥାନରେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଦେଶର ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଇଛି । ସାମାଜିକ […]

ଅନ୍ତର୍ଜାତୀୟ

ବାଂଲାଦେଶରେ ତୀବ୍ରତା ୫.୭ ଭୂମିକମ୍ପ, ୩ ମୃତ

ବାଂଲାଦେଶ: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସର ସୂଚନା […]

LOKA SAMACHAR @2026. All Rights Reserved || Developed By CBSPL