ଓଡ଼ିଶା

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ୨୪ ସଂଧ୍ୟାରେ ନେବ ଅବପାତ ରୂପ !

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସ୍ପଷ୍ଟ ଚିହ୍ନଟ ହୋଇଛି । ଏହା ଆଣ୍ଡାମାନ ସାଗରର ଦକ୍ଷିଣ ଦିଗରେ ରହିଛି । ନଭେମ୍ବର ୨୪ ସଂଧ୍ୟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରେ ୨୫ ତାରିଖରେ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର ରହିବ । ଅବପାତର ରୂପ ନେବା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଅବପାତ […]

ଓଡ଼ିଶା

ବୌଦ୍ଧ ଓ କନ୍ଧମାଳରେ ଆରମ୍ଭ ହେବ ମାଓ ନିପାତ ଅପରେସନ

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ପୋଲିସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଡିଜିପି । ଏହା ସହ […]

ଓଡ଼ିଶା

ନୂଆପଡ଼ା ନିର୍ବାଚନକୁ ନେଇ ବିଜେଡିର ପିଏସି ବୈଠକରେ ତର୍ଜମା

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ବିଜେଡି PAC ବୈଠକ ପରେ ସଦସ୍ୟ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି । ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କୁ ବିଜେଡିର PAC […]

ଓଡ଼ିଶା

ଘରୋଇ ଇଂରାଜୀ ମିଡିୟମ ସ୍କୁଲର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ୧୦ ଜଣଙ୍କ ନାଁରେ ମାମଲା

କଟକ : କଟକରେ ଅଭାବନୀୟ ଘଟଣା । ଗଣ୍ଡରପୂର୍ ମହାନଦୀ ବିହାର ଅଞ୍ଚଳର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ଦୁଇ ଛାତ୍ରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୧୦ ଛାତ୍ରଙ୍କ ନାଁ ରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ବିଦ୍ୟାଳୟ ଲିଫ୍ଟରେ ଯିବାକୁ ନେଇ ଗତ ୨୦ ତାରିଖ ଦିନ ବିବାଦ ଉପୁଜି ଥିଲା । ଏହାକୁ ନେଇ ଗତକାଲି ସ୍କୁଲ ଆୱାର ପରେ ଉଭୟ ଗୋଷ୍ଠୀ […]

ଓଡ଼ିଶା

ସିକନ୍ଦର ଆଲାମ୍ ଓ ତାର ଭାଇକୁ ଗିରଫ କଲା ଜଗତସିଂହପୁର ପୁଲିସ

ଜଗତସିଂହପୁର: ବାଲାଂଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ ସିକୁ  କୁ ଗିରଫ କରିଛି ପୁଲିସ୍ । ୧୬ ତାରିଖରେ ସନ୍ଧ୍ୟା‌ରେ ପୁଲିସ୍ ର ଚଡ଼ାଉ ଦେଖି ଚମ୍ପଟ ମାରିଥିଲା । ଶନିବାର ଯାଜପୁର ଠାରେ ଅଭିଯୁକ୍ତ ସିକନ୍ଦର ପୋଲିସ୍ ପଞ୍ଜାରେ ପଡ଼ିଛି ।  ସିକନ୍ଦର ସାନ ଭାଇ ଅବଦୁଲାକୁ ମଧ୍ୟ ଖୋର୍ଦ୍ଧାରୁ ଗରିଫ କରାଯାଇଛି । ସିକନ୍ଦର ପୁଅ ଓ ଅନ୍ୟ ସହଯୋଗୀକୁ ଅଟକ ରଖିଛି । ୭ ଦିନ ଧରି  ଅଭିଯୁକ୍ତ […]

ଓଡ଼ିଶା

୬୯ ଲକ୍ଷ ହଡପ, ବନ୍ଧା ହେଲେ ପୂର୍ବତନ କିରାଣି

ଭୁବନେଶ୍ବର: ୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ ।  ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ ପରିବାର ପେନସନଧାରୀଙ୍କ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ କିଛି ସମ୍ପର୍କୀୟଙ୍କ ଆକାଉଣ୍ଟଙ୍କୁ କ୍ରେଡିଟ୍ କରିଥିଲେ । ଟଙ୍କା ହଡ଼ପ ନେଇ ଅଭିଯୋଗ ପରେ ତଦନ୍ତ କରିଥିଲା ଭିଜିଲାନ୍ସ ।  ଦୁଇ […]

ଅନ୍ତର୍ଜାତୀୟ

ରୁଷୀୟ ବୋମା ବିସ୍ଫୋରଣରେ ୟୁକ୍ରେନର ୫ ସାଧାରଣ ନାଗରିକ ମୃତ

ରୁଷ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ କିଶୋରୀ ସମେତ ୧୦ ଜଣ ଏଥିରେ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି । ସୂଚନାନୁଯାୟୀ, ଏହି ବୋମା ବିସ୍ଫୋରଣରେ ନଅ ମହଲା […]

ଅନ୍ତର୍ଜାତୀୟ

ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି: ଟ୍ରମ୍ପ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ ପୂର୍ବରୁ ୟୁକ୍ରେନ ଉପରେ ଘନେଇ ଆସୁଥିବା ଶକ୍ତି ସଙ୍କଟ ବିଷୟରେ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ, ଜେଲେନସ୍କିଙ୍କୁ ଏହି ନୂତନ ଯୋଜନାକୁ ଅନୁମୋଦନ କରିବାକୁ ପଡ଼ିବ । ସେପଟେ ରୁଷ ରାଷ୍ଟ୍ରପତି ପୁଟିନ […]

ଜାତୀୟ

ବିଧାୟକଙ୍କୁ ଦେଖି ଠିଆ ନ ହେବାରୁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ପସନ୍ଦ କରିନାହାଁନ୍ତି। କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଡାକ୍ତର ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ହରିୟାଣା ସରକାରଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର […]

ଅନ୍ତର୍ଜାତୀୟ

ଭିଏତନାମରେ ବନ୍ୟା ବିତ୍ପାତ; ୪୧ ମୃତ

ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର ଘର ଭାଙ୍ଗିଯାଇଥିବାବେଳେ ୬୨ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଦେଶର ପ୍ରମୁଖ ରାସ୍ତାଗୁଡିକ ପାଣିରେ ବୁଡି ଯାଇଥିବାରୁ ଯୋଗାଯୋଗ ବଚ୍ଛିନ୍ନ ହୋଇପଡିଛି। ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଦକ୍ଷିଣ ଓ […]

LOKA SAMACHAR @2026. All Rights Reserved || Developed By CBSPL