ଅନ୍ତର୍ଜାତୀୟ

ଭିଏତନାମରେ ବନ୍ୟା ବିତ୍ପାତ; ୪୧ ମୃତ

ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର ଘର ଭାଙ୍ଗିଯାଇଥିବାବେଳେ ୬୨ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଦେଶର ପ୍ରମୁଖ ରାସ୍ତାଗୁଡିକ ପାଣିରେ ବୁଡି ଯାଇଥିବାରୁ ଯୋଗାଯୋଗ ବଚ୍ଛିନ୍ନ ହୋଇପଡିଛି। ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଦକ୍ଷିଣ ଓ କେନ୍ଦ୍ରୀୟ ଭିଏତନାମ ସର୍ବାଧିକ ପ୍ରଭାବିତ ହୋଇଛି। ଅଧା ବୁଡି ଯାଇଥିବା ଘରଗୁଡିକର ଛାତ ଉପରେ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କୁ ଡଙ୍ଗା ସାହାର୍ଯ୍ୟରେ ଉଦ୍ଧାର କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL