ଓଡ଼ିଶା

ଶେଷ ହେଲା ସାଲିଆସାହି ବସ୍ତି ଉଚ୍ଛେଦ ଅଭିଯାନ

ଭୁବନେଶ୍ୱର : ଧୁଳିସାତ ହେଲା ସାଲିଆସାହି ବସ୍ତି ।  ମାଟିରେ ମିଶିଲା ବସ୍ତିର ଅନେକ ଘର। ତୃତୀୟ ଦିନରେ ଶେଷ ହୋଇଛି ସାଲିଆ ସାହି ଉଛେଦ ଅଭିଯାନ । ଭିଟାମାଟି ଛାଡ଼ି ଯାଇଛନ୍ତି ବସ୍ତି ବାସିନ୍ଦା ।  ଲୋକଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ କରୁଛି ବିଏମସି। ଉଛେଦରେ ସାମିଲ ଥିଲା ୧୩ଟି ଜେସିବି ।  ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ପରିସ୍ଥିତି […]

ଓଡ଼ିଶା

ପୋଲିସ SI ପରୀକ୍ଷା କେଳେଙ୍କାରୀ, ଖାରଜ ହେଲା ଶଙ୍କର ପୃଷ୍ଟି ସହ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ

ବ୍ରହ୍ମପୁର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ ।   ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ ।  ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା ।  ଜାମିନକୁ ବିରୋଧ କରିଥିଲା ସିବିଆଇ ।  କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ । ପରୀକ୍ଷା କେଳେଙ୍କାରୀ ମାମଲାରେ […]

ଓଡ଼ିଶା

ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ଵର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ।

ଓଡ଼ିଶା

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ବର୍ତ୍ତିଲା ୨୫ ଯାତ୍ରୀ

ମାଲକାନଗିରି: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ । ବିଜୟନଗରମରୁ ମାଲକାନଗିରି ଆସୁଥିବାବେଳେ ଡ୍ରାଇଭର ପି, ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ ବସଟିକୁ ସାଇଡ୍ କରିଦେଇଥିଲେ । ତୁରନ୍ତ ଆମ୍ବୁଲାନ୍ସ ଡକାଇ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କ ଘର ମାଲକାନଗିରିରେ । ବସରେ ୨୫ […]

ଓଡ଼ିଶା

ଆଜିଠୁ କୁଲଡିହାରେ ବାଘ ଗଣନା

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭାୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୨୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଅଛନ୍ତି ।  ଏହି ଜଙ୍ଗଲରେ କଲରାପତରିଆ, ହେଟା ବାଘ ଥିବାବେଳେ ଗତବର୍ଷ ଶିମିଳିପାଳରୁ ଏକ ମହାବାଳବାଘ ଆସି ବେଶ କିଛିଦିନ ରହିଥିଲା । ଜୀବଜନ୍ତୁ ,ଗୋରୁଗାଈ ଶିକାର କରିଥିଲା ।  ଆଜି ବନବିଭାଗର […]

ଓଡ଼ିଶା

ଓଲଟିଲା ଗୋରୁ ବୋଝେଇ ପିକଅପ, ୧୨ ମୃତ

ଭଦ୍ରକ: ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ ।  ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର ।  ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା ।  ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ ।  ଆଜି ଭୋର ସମୟରେ ଅଗରପଡ଼ା ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଆସୁଥିଲା ।  ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା ।  ଫଳରେ […]

ଓଡ଼ିଶା

ପୀତବାସ ପଣ୍ଡା ହତ୍ୟାକାଣ୍ଡ: ପୋଲିସ ସୁରକ୍ଷା ହଟାଇବାକୁ ପରିବାରର ଅନୁରୋଧ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି। ପରିବାରକୁ ପୋଲିସ ସୁରକ୍ଷା ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହ ବର୍ତ୍ତମାନ ଆଉ ଭୟଭୀତ ନୁହଁନ୍ତି ବୋଲି ସେ ଲିଖିତ ଆକାରରେ ଜଣାଇଛନ୍ତି। ତେଣୁ ସେମାନଙ୍କୁ ଦିଆଯାଇଥିବା ପୋଲିସ ସୁରକ୍ଷା ଫେରାଇନେବାକୁ […]

ଓଡ଼ିଶା

ବାପାର ଦଶାହ ଦିନ ପୁଅର ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନା ମୁତାବକ, ଗତ ୧୧ ତାରିଖରେ ଅତରଙ୍ଗ ଗ୍ରାମର ଉଦୟ ଗୌଡଙ୍କ ମୃତ୍ୟୁ ହୋଇଥିଲା । ପିତାଙ୍କ ଶୁଦ୍ଧି କାର୍ଯ୍ୟ କରୁଥିଲେ ଏକ […]

ଓଡ଼ିଶା

ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଥିସହ କାର୍ଯ୍ୟାଳୟର ସମସ୍ତ ସିସିଟିଭି ତାର, କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ […]

ଜାତୀୟ

ଆମେ ମାଟି ଫିଙ୍ଗିଲେ ମିସାଇଲରେ ପରିଣତ ହୁଏ: ମୁନିର

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର (Asim Munir) ପୁଣି ଥରେ ଭାରତକୁ ଏକ ସ୍ପଷ୍ଟ ଧମକ ଦେଇଛନ୍ତି। ସେ ପୁଣି ଥରେ ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ମୁଖରେ କେବଳ ତାଙ୍କ ସେନାର ପ୍ରଶଂସା କରିନଥିଲେ, ବରଂ ଭାରତକୁ ମଧ୍ୟ ଧମକ ଦେଇଥିଲେ । ମୁନିର କହିଛନ୍ତି ଯେ ପାକିସ୍ତାନୀ ସେନା ହେଉଛି ଆଲ୍ଲାଙ୍କ ସେନା, ଏବଂ ଯେତେବେଳେ ଜଣେ […]

LOKA SAMACHAR @2026. All Rights Reserved || Developed By CBSPL