ଓଡ଼ିଶା

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି: ସମବାୟ ମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମିଲରଙ୍କୁ ଗୋଦାମ ଖାଲି କରିବାକୁ ଦାୟିତ୍ଵ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧାନ ଚାଷ ହୋଇଛି। ଯେଉଁମାନେ ପଞ୍ଜୀକରଣ କରିଛନ୍ତି। ସମସ୍ତଙ୍କ ଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ଦିଆଯାଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। […]

ଓଡ଼ିଶା

ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିହାର ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସ୍ବତନ୍ତ୍ର ନିମନ୍ତ୍ରଣ ମିଳିଛି। ବିହାରରେ ଏନ୍‌ଡିଏର ବିପୁଳ ବିଜୟ ହୋଇଛି। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିହାର ଯିବି। ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେବେ ନୀତିଶ କୁମାର । ଏଥିପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ […]

ଓଡ଼ିଶା

ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ

ଭୁବନେଶ୍ବର : ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ। ନୂଆ ତହସିଲ ଗଠନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ । ଭୁବନେଶ୍ବର ତହସିଲକୁ ତିନି ଭାଗରେ ବିଭକ୍ତ କରାଯିବ । ଭୁବନେଶ୍ବର ଦୁଇ ନୂଆ ତହସିଲ ସହ କଟକ ଓ ସମ୍ବଲପୁର ତହସିଲକୁ ଆଉ ଗୋଟିଏ ଲେଖାଏଁ ଭାଗ କରାଯିବ। ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସହରୀକରଣ ତଥା ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ସରକାରୀ ସେବା ଯୋଗାଣରେ ଉନ୍ନତି ଆଣିବା ପାଇଁ […]

ଓଡ଼ିଶା

RTO ଅଫିସ ଆଗରେ ଦଲାଲଗିରି, ୯ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି । ୯ଜଣ ଦଲାଲଙ୍କୁ ବାନ୍ଧିବା କମିସନରେଟ ପୋଲିସ । ଆରଟିଓ ଭୁବନେଶ୍ୱର ୧ ଆଗରେ ଦଲାଲରାଜ କରୁଥିବା 9ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ୯ଟି ଲାପଟପ୍ ସହ ୨ଟି ପ୍ରିଣ୍ଟର ଜବତ କରିଛି ସହୀଦ ନଗର ଥାନା ପୋଲିସ । DL,NOC,RC ଓ ଗାଡି ମାଲିକାନା ପଞ୍ଜିକରଣ ଆଳରେ ଲୋକଙ୍କଠୁ ମୋଟା ଅଙ୍କର ଟଙ୍କା ଲୁଟୁ ଥିଲେ । ଟଙ୍କା ନେଇ ଲୋକଙ୍କୁ ଭୁଆଁ […]

ଓଡ଼ିଶା

ଯୁବତୀଙ୍କୁ ପ୍ରେମ ପ୍ରତାରଣା: ଏୟାର ଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ଗିରଫ ଯବାନଙ୍କ ଘର ନୟାଗଡ଼ା ଇଟାମାଟି ଅଞ୍ଚଳରେ । ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ସେ ପ୍ରେମ […]

ଓଡ଼ିଶା ଜାତୀୟ

ଆନ୍ଧ୍ର-ଓଡ଼ିଶା ସୀମାରେ ସର୍ଚ୍ଚ ଅପରେସନ, ବନ୍ଧା ହେଲେ ୫୦ ମାଓବାଦୀ

ଭୁବନେଶ୍ବର: ୫୦ ମାଓବାଦୀ ଗିରଫ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । ଗିରଫଙ୍କ ମଧ୍ୟରେ ୨୩ ପ୍ଲାଟୁନ ମାଓ ସଦସ୍ୟ, ୫ ଡିଭିଜନାଲ କମିଟି ମେମ୍ବର । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ଥିବା ଇଣ୍ଟେଲିଜେନ୍ସ […]

ଓଡ଼ିଶା

ସୀମାନ୍ତ ଆନ୍ଧ୍ର ଜଙ୍ଗଲରେ ଏନକାଉଣ୍ଟର, ୭ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର । ୭ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଏନକାଉଣ୍ଟରରେ ଟପ ମାଓବାଦୀ ଶଙ୍କର ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସମେତ ଆଠଟି ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ଟପ ମାଓବାଦୀ ହିଡ଼ମା […]

ଓଡ଼ିଶା

ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗାଁରେ ଅଭାବନୀୟ ଘଟଣା ଘଟିଛି। ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତକ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବୋଲି ଜଣାପଡିଛି। ସବୁଦିନ ଭଳି ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ […]

ଓଡ଼ିଶା

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ […]

ଓଡ଼ିଶା

ନକଲି ଘିଅ କାରଖାନାରେ ଚଢଉ

କଟକ : ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଘିଅ ଓ ତିଆରି ସାମଗ୍ରୀ ଜବତ କରାଯାଇଛି । ବିଭିନ୍ନ ନାମୀ, ଦାମୀ କମ୍ପାନୀର ନକଲି ଘିଅ, ଖାଲି ପ୍ୟାକେଟ ଓ ଡବା ଜବତ […]

LOKA SAMACHAR @2026. All Rights Reserved || Developed By CBSPL