ଓଡ଼ିଶା

ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ

ଭୁବନେଶ୍ବର : ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ। ନୂଆ ତହସିଲ ଗଠନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ । ଭୁବନେଶ୍ବର ତହସିଲକୁ ତିନି ଭାଗରେ ବିଭକ୍ତ କରାଯିବ । ଭୁବନେଶ୍ବର ଦୁଇ ନୂଆ ତହସିଲ ସହ କଟକ ଓ ସମ୍ବଲପୁର ତହସିଲକୁ ଆଉ ଗୋଟିଏ ଲେଖାଏଁ ଭାଗ କରାଯିବ। ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସହରୀକରଣ ତଥା ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ସରକାରୀ ସେବା ଯୋଗାଣରେ ଉନ୍ନତି ଆଣିବା ପାଇଁ ଚାରୋଟି ନୂଆ ତହସିଲ ଗଠନକୁ ଅନୁମୋଦନ କରାଯାଇଛି ।

ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ବର୍ତ୍ତମାନ ବିଦ୍ୟମାନ ତହସିଲଗୁଡ଼ିକରେ ବଢ଼ୁଥିବା ସମସ୍ୟାର ସମାଧାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମହାନଗର ନିଗମ ଅଞ୍ଚଳରେ ବିଶାଳ କ୍ଷେତ୍ରାଧିକାର, ଜନସଂଖ୍ୟାର ଅଧିକ ଘନତ୍ୱ, ଏବଂ ନାଗରିକ ସେବା ପାଇଁ ବଢ଼ୁଥିବା ଚାହିଦା ହେତୁ, ଏହି ତହସିଲଗୁଡ଼ିକ ବହୁ ଚାପର ସମୁଖୀନ ହେଉଛି। ଏହାକୁ ସୁଗମ କରିବାକୁ ତଥା ଲୋକଙ୍କୁ ସୁବିଧା ଯୋଗାଇବାକୁ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପୃକ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୭ଦିନ ମଧ୍ୟରେ ସଂପୃକ୍ତ ରାଜସ୍ବ କମିସନରଙ୍କ ନିକଟରେ ଅନୁମୋଦନ ପାଇଁ ଏହାକୁ ଦାଖଲ କରାଯିବ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL