ଜାତୀୟ

୫ ଶାବକ ଜନ୍ମ ଦେଲା ଚିତା ମୁଖୀ

ନୂଆଦିଲ୍ଲୀ:  ‌କୁନୋ ଜାତୀୟ ଉଦ୍ୟାନରୁ ଗୁରୁବାର ପୁଣି ଖୁସିଖବର ଆସିଛି। ଏଠାରେ ପ୍ରଥମ ଭାରତୀୟ ମାଈ ଚିତା ମୁଖୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଭାରତରେ ଜନ୍ମିତ ୩୩ ମାସର ଚିତା ମୁଖୀ ମା’ ହେବା ‘ଚିତା ପ୍ରକଳ୍ପ’ର ବଡ ଉପଲବ୍ଧି କୁହାଯାଉଛି। ଶାବକ ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ବନମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଭାରତରେ ଜନ୍ମିତ ଚିତା ମୁଖୀ […]

ଜାତୀୟ

ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଛାତ୍ରଛାତ୍ରୀଙ୍କଠାରୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ

ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳ​‌ରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ ପାଇଁ ଡାକ୍ତରମାନଙ୍କୁ ବ୍ୟବହାର କରିବାର କଳାକୁ ଆପଣାଇଥିଲା। ଏଠାରେ ଦୁଇଟି ଭିନ୍ନ ପରିବେଶ ସୃଷ୍ଟି କରାଯାଇଥିଲା। ଗୋଟିଏ ଶିକ୍ଷା ଏବଂ ଅନ୍ୟଟି ବିଚ୍ଛିନ୍ନତାବାଦ। ଏହି ହ୍ବାଇଟ୍‌ କଲାର ଟେରର ମଡ୍ୟୁଲ ପଛରେ ଜଣେ ପୂର୍ବତନ […]

ଜାତୀୟ

ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ‌ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ ଇଂଲଣ୍ଡର ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଦାୟର ହୋଇଛି। ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର ପୁରୁଣା ଅଭିଯୋଗର ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଚଳିତ ବର୍ଷ ଜୁଲାଇରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା। ସଞ୍ଜୟ ଭଣ୍ଡାରୀଙ୍କ ବିଦେଶୀ ସମ୍ପତ୍ତି […]

ଜାତୀୟ

ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ନିଖୋଜ: ଇଡି

ନୂଆଦିଲ୍ଲୀ:  ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି । ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଡାକ୍ତରଙ୍କ ପାଇଁ “ନିରାପଦ ଆଶ୍ରୟସ୍ଥଳ” ଭାବରେ କାର୍ଯ୍ୟ କରିଥିବା ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋରତା ଜାରି କରିଛି । ବୁଧବାର ଇଡି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ […]

ଜାତୀୟ

ଗ୍ରେଟର ନୋଏଡାରେ ୩ ମହଲା କୋଠା ଭୁଶୁଡି ଚାଲିଗଲା ୪ ଜୀବନ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତିନି ମହଲା କୋଠାର ସେଟରିଂ ହଟାଇବା ସମୟରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଖବର ମୁତାବକ, ରାବୁପୁରା ଥାନା ଅଞ୍ଚଳ ଅନ୍ତର୍ଗତ ନାଗଲା ହୁକୁମ ସିଂହ ଗାଁରେ ଏହି ଘଟଣା […]

ଜାତୀୟ

୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା । ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ମହାସମାରୋହ ଆୟୋଜନ କରାଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ […]

ଅନ୍ତର୍ଜାତୀୟ

ୟୁକ୍ରେନ୍ ଉପରେ ଋଷର ଆକ୍ରମଣ, ୧୬ ମୃତ

କିଭ୍ : ମଙ୍ଗଳବାର ରାତିରେ ୟୁକ୍ରେନୀୟ ବାୟୁସେନା କହିଛି ଯେ ରୁଷ ରାତାରାତି ୪୭୬ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳ ଉପରେ ନକଲି ଡ୍ରୋନ୍ ଆକ୍ରମଣ ଏବଂ ବିଭିନ୍ନ ପ୍ରକାରର ୪୮ଟି କ୍ଷେପଣାସ୍ତ୍ର ଚଳାଇଛି । ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି । ଯେତେବେଳେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ରୁଷ ଉପରେ ଚାପ ସୃଷ୍ଟି କରିବା ପ୍ରୟାସର ଆଲୋଚନା ପାଇଁ ତୁର୍କୀରେ ଥିଲେ ସେତେବେଳେ ଏହି ଘଟଣା ଘଟିଛି […]

ଓଡ଼ିଶା ଜାତୀୟ

ଝାରସୁଗୁଡାରୁ ଛତିଶଗଡ଼ ଗସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଏଡିଜି ସନ୍ତୋଷ ବାର୍ଲା, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଜି ଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ ପୂର୍ବରୁ ପ୍ରସ୍ତୁତ […]

ଓଡ଼ିଶା

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର: ବିଏମସି କମିସନର

ଭୁବନେଶ୍ବର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର ।  ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର ।  ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ । ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି ।  ଯେତେ ଆବଶ୍ୟକ ପଡ଼ିବ ଦିଆଯିବ । କିନ୍ତୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି ବୋଲି ସୂଚନା […]

ଓଡ଼ିଶା

ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍‌ ଖାରଜ କଲେ ହାଇକୋର୍ଟ

କଟକ  : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍‌କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି। ପ୍ରକାଶ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଡ. ସୁବାସ ମହାପାତ୍ର ପିଟିସନ ଦାୟର କରିଥିଲେ। ବିଜୟୀ ପ୍ରାର୍ଥୀ […]

LOKA SAMACHAR @2026. All Rights Reserved || Developed By CBSPL