ଓଡ଼ିଶା

୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨୩ଟି ଶିଳ୍ପ ବିନିଯୋଗକୁ ଅନୁମୋଦନ

ଭୁବନେଶ୍ୱର: ୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ସିଙ୍ଗିଲ୍‌ ୱିଣ୍ଡୋ ଅନୁମୋଦନ ମିଳିଛି । ୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରସ୍ତାବଗୁଡିକର ମୋଟ ବିନିଯୋଗ ପରିମାଣ ୪,୧୧୧,୮୦ କୋଟି ଟଙ୍କା ରହିଛି । ଏହା ଦ୍ୱାରା ୯,୯୨୪ଟି ନିଯୁକ୍ତି ଚାକିରି ସୃଷ୍ଟି ହେବ । ଏହି ପ୍ରକଳ୍ପ ଗୁଡିକ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର, […]

ଓଡ଼ିଶା

ପିୟୁସିସି ପାଇବାକୁ ହେଲେ ପୈଠ କରିବାକୁ ହେବ ବକେୟା ଚାଲାଣ

କଟକ: ପ୍ରଦୂଷଣ ପ୍ରମାଣ ପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ ୧୬୭ ସବ କ୍ଲଚ୍‌ ୧୨ ଅନୁସାରେ ବକେୟା ଚାଲାଣ ଥିଲେ ପିୟୁସିସି ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦେଶ ଦେଇଥିଲେ, ସେହି ମୁତାବକ ପିୟୁସିସି […]

ଓଡ଼ିଶା

ଆଉ ୨୫୦ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସ ।  ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖରେ ୧୫୦ଟି ଆମ୍ବୁଲାନ୍ସ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୨୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୋହନ ମାଝି  […]

ଓଡ଼ିଶା

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ AI ଏବଂ QR କୋଡର ହେବ ବ୍ୟବହାର

ଭୁବନେଶ୍ୱର :  ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍ । AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ରରେ ରହିବ QR କୋଡ୍ ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାର ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା […]

ଓଡ଼ିଶା

୩ ମହିଳାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦଳିଦେଲା ଦନ୍ତା ୩ ମହିଳା ମୃତ ।  ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ୬ ଜଣ ମହିଳା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ ।  ହଠାତ୍ ହନ୍ତା ହାତୀର ଶିକାର ହୋଇଥିଲେ ।  ମୃତ ୩ ମହିଳା ଇନ୍ଦୁ ମତି ପ୍ରଧାନ ,ତୁନୀ […]

ଓଡ଼ିଶା

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ । ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ମଧ୍ୟ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ଅନ୍ୟପଟେ ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କିଭଳି ହୋଇପାରିବ ଦୀର୍ଘ […]

ଓଡ଼ିଶା

ମାଟ୍ରିକ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରକୁ ପଠାଗଲା ପ୍ରଶ୍ନପତ୍ର

କଟକ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ନୋଡାଲ ସେଣ୍ଟରକୁ ପଠାଗଲା ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଯାଇଛି । ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯାଇଛି । ବୋର୍ଡ ଷ୍ଟ୍ରଙ୍ଗରୁମରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି । ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । […]

ଓଡ଼ିଶା

ଅଙ୍ଗନବାଡ଼ିରେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଶିଶୁଙ୍କୁ ପଢ଼ିବାକୁ ଛାଡୁନାହାନ୍ତି ଅଭିଭାବକ

ରାଜନଗର : ବିଜ୍ଞାନ ଯୁଗରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏନେଇ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ […]

ଓଡ଼ିଶା

ରାଜଧାନୀରେ ଚାଞ୍ଚଲ୍ୟ, ତ୍ରିକୋଣୀୟ ପ୍ରେମରୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ହତ୍ୟା । ଚକୋଲେଟ୍ ଡେ’ରେ ନୀଳାଦ୍ରିବିହାରରେ ଭଡ଼ା ଘରେ ରହୁଥିବା ପାର୍ଲର ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ । ପ୍ରେମିକାକୁ ଚକୋଲେଟ୍ ଦେବା ସହ କିଛି ସମୟ ଅତିବାହିତ କରିଥିଲେ । ଠିକ ସେତିକି ବେଳେ ଯୁବତୀଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଏଣ୍ଟ୍ରି ମାରିଥିଲେ। ପ୍ରେମିକା ସହ ସତ୍ୟବ୍ରତକୁ ଦେଖିବା ପରେ ରକ୍ତ […]

ଓଡ଼ିଶା

୨ ଲକ୍ଷ ଟଙ୍କା ପାଇଁ ବଧୁହତ୍ୟା ଅଭିଯୋଗ

ବାଲୁଙ୍ଗା: ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଖୋର୍ଦ୍ଧା ନାଚୁଣୀ ଥାନା ବଉଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ମୃତକ ହେଲେ ଟାଙ୍ଗୀ ପାରିଓରଡ଼ର ଜ୍ୟୋତ୍ସା ସାହୁ । ୫ ବର୍ଷ ତଳେ ସେ ବଉଳବନ୍ଧର ହରି ସାହୁଙ୍କୁ ବିବାହ କରିଥିଲେ । ମୃତକଙ୍କ ଏକ ୪ ବର୍ଷର ଝିଅ ଓ ବର୍ଷକର ପୁଅ ଅଛି । ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଜ୍ୟୋତ୍ସାଙ୍କୁ ଶାଶୁଘର ଲୋକେ ବାଧ୍ୟ କରୁଥିଲେ । ତେବେ ହଠାତ […]

LOKA SAMACHAR @2026. All Rights Reserved || Developed By CBSPL