ଓଡ଼ିଶା

ରାଜଧାନୀରେ ଚାଞ୍ଚଲ୍ୟ, ତ୍ରିକୋଣୀୟ ପ୍ରେମରୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ହତ୍ୟା । ଚକୋଲେଟ୍ ଡେ’ରେ ନୀଳାଦ୍ରିବିହାରରେ ଭଡ଼ା ଘରେ ରହୁଥିବା ପାର୍ଲର ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ । ପ୍ରେମିକାକୁ ଚକୋଲେଟ୍ ଦେବା ସହ କିଛି ସମୟ ଅତିବାହିତ କରିଥିଲେ । ଠିକ ସେତିକି ବେଳେ ଯୁବତୀଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଏଣ୍ଟ୍ରି ମାରିଥିଲେ। ପ୍ରେମିକା ସହ ସତ୍ୟବ୍ରତକୁ ଦେଖିବା ପରେ ରକ୍ତ ଚାଉଳ ଚୋବାଇଥିଲା । ପରିବା କଟା ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିଥିଲା ଦିନେଶ ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖସି ପଳାଇବା ପାଇଁ ଉଦ୍ୟମ ବେଳେ ନିଳାଦ୍ରିବିହାର ଛକରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା। ସୋସିଆଲ ମିଡିଆରୁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତଙ୍କ ପ୍ରେମ ଆରମ୍ଭ ହୋଇଥିଲା। କିନ୍ତୁ ସେ ଜାଣି ନଥିଲେ ଏହି ପ୍ରେମ ତାଙ୍କ ଜୀବନ ନେବ। ସେପଟେ ହତ୍ୟା କରି ଫେରାର ହେବା ବେଳେ ଦିନେଶର କାର୍ ଭୁବନେଶ୍ବର ଶିଶୁ ଭବନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶିଶୁ ଭବନ ଓଭରବ୍ରିଜ୍ ତଳକୁ ଏକ ଘର ଉପରେ ଖସି ପଡ଼ିଥିଲା। ଦିନେଶକୁ ଅଟକ ରଖି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL