ଓଡ଼ିଶା

କୋଚିଂ ସେଣ୍ଟରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସାଲେପୁର: ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କଲେଜ ନିକଟସ୍ଥ ଘରୋଇ କୋଚିଙ୍ଗ ସେଣ୍ଟରରେ । ମୃତ ନାବାଳକ ହେଲେ କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡିଲୋ ଗାଁର ଓଁ ପ୍ରକାଶ ସେଠୀ । ସେ ସାଲେପୁର ଶିଶୁମନ୍ଦିର ରୋଡ଼ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ରହି ଯୁକ୍ତଦୁଇ ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀରେ ପାଠ ପଢୁଥିଲେ […]

ଓଡ଼ିଶା

କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି ନେଇଛନ୍ତି ଲୁଟେରା । ଗତକାଲି ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିବା ବେଳେ କାନ୍ଥ ତାଡି ୫୦୦ […]

ଓଡ଼ିଶା

କଟକରେ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌, ରହିବନି ଟ୍ରାଫିକ୍‌ ସମସ୍ୟା

କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍‌ କରିବା ନେଇ ସର୍ଭେ ହେବ। ସବୁ ରାଜ୍ୟ ରାଜପଥକୁ ୪ ଲେନ୍‌ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ତ୍ତ ବିଭାଗର […]

ଓଡ଼ିଶା

ବନ୍ଧକ ଶ୍ରମ ପ୍ରଥା ଉନ୍ମୂଳନ ପାଇଁ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀଙ୍କ ଶପଥ: ପାଳିତ ହେଲା ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର :  ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ-୧୯୭୬ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସୁରକ୍ଷା ମଞ୍ଚ’ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ରାଜ୍ୟରୁ ବନ୍ଧକ ଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଅବସାନ ପାଇଁ ଶପଥ ନେଇଛନ୍ତି। ରାଜ୍ୟସ୍ତରୀୟ ସୁରକ୍ଷା ମଞ୍ଚର ଆବାହକ ଡ. ଅମୀୟ ଭୂଷଣ ବିଶ୍ୱାଳଙ୍କ ସଭାପତିତ୍ୱରେ […]

ଜାତୀୟ

ମଣିପୁରରେ ପୁଣି ହିଂସା ; ଜାଳିଦେଲେ ଏକାଧିକ ଘର

ମଣିପୁର: ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି । ନାଗା ସମ୍ପ୍ରଦାୟର ଜଣଙ୍କ ଉପରେ ଆକ୍ରମଣ ପରେ ପରସ୍ପର ଉପରେ ଆକ୍ରମଣ ସହ ଘରପୋଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି । ସଶସ୍ତ୍ର ହିଂସାକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଥିବା ସୂଚନା ରହିଛି । ଅଧିକାରୀଙ୍କ […]

ଜାତୀୟ

ଆଇନ କଲେଜରେ ଗୁଳିକାଣ୍ଡ, ଛାତ୍ରୀ ମୃତ

ପଞ୍ଜାବ : ଆଇନ କଲେଜରେ କ୍ରାଇମ । ପଞ୍ଜାବ ତରନତାରନ ଜିଲ୍ଳାର ଉସମା ଆଇନ କଲେଜରେ ଗୁଳିକାଣ୍ଡ । କ୍ଲାସରୁମ୍ ଭିତରେ ସହପାଠୀ ଛାତ୍ରୀଙ୍କୁ ଗୁଳିମାଡ଼ । ସହପାଠୀ ଛାତ୍ରର ଗୁଳିମାଡ଼ରେ ଜଣେ ଛାତ୍ରୀ ମୃତ । ଗୁଳିମାଡ଼ ପରେ ଅଭିଯୁକ୍ତ ନିଜକୁ ଗୁଳି କରି ଜୀବନ ଶେଷ କରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି । ଗୁଳି କରିଥିବା ଛାତ୍ରର ନାଁ ପ୍ରିନ୍ସ ରାଜ । ମୃତ ଛାତ୍ରୀଙ୍କ […]

ଜାତୀୟ

ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

ମୁମ୍ବାଇ : ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା । ପୁଣେର ଏକ ଘରୋଇ ହସପିଟାଲରେ ଶରଦ ପାୱାର ଭର୍ତ୍ତି ହୋଇଛନ୍ତି । ଅଜିତ ପାୱାରଙ୍କ ନିଧନ ପରେ ନିର୍ବାଚନ ପାଇଁ ଗତ କିଛିଦିନ ହେଲାଣି ଶରଦ ପାୱାର ମୁମ୍ବାଇ, ପୁଣେ ଏବଂ ବାରାମତି ଗସ୍ତ କରୁଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ଲଗାତାର ସେମାନଙ୍କ ସହିତ ସାକ୍ଷାତ କରୁଥିଲେ । ଏହାରି ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି । ଜ୍ବର ଏବଂ ଗଳାରେ ସଂକ୍ରମଣ ଯୋଗୁଁ ହସିଟାଲରେ […]

ଜାତୀୟ

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିରୋଧୀ !

ନୂଆଦିଲ୍ଲୀ : ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ବିପକ୍ଷ ଦଳ ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବାର ପ୍ରବଳ ହୋହଲ୍ଲାରେ ଗୃହ କାର୍ଯ୍ୟ ଚାଲିପାରୁନି । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପ୍ରସ୍ତାବ ପାଇଁ ୧୪ […]

ଜାତୀୟ

ନାଇଜେରିଆରେ ସଡକ ଦୁର୍ଘଟଣା, ୩୦ ମୃତ

ନାଇଜେରିଆ: ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । କାନୋର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ରର କ୍ୱାନାର ବାର୍ଡେ ସହରରେ ଏହି ଦୁର୍ଘଟଣା ଘଟିଛି । ଏକ […]

ଜାତୀୟ

ଜାପାନ ​​ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୋଦି

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ରବିବାର ଏକ ଐତିହାସିକ ବିଜୟ ହାସଲ କରିଛନ୍ତି । ଭୋଟ୍ ଶେଷ ହେବାର ଦୁଇ ଘଣ୍ଟା ମଧ୍ୟରେ ତାକାଇଚିଙ୍କ ମେଣ୍ଟ ବହୁମତ ପାଇଁ ଆବଶ୍ୟକ ୨୩୩ ଆସନ ଅତିକ୍ରମ କରିଛି । ତାଙ୍କ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ଏକ ବିଶାଳ ବିଜୟ ହାସଲ କରିଛି, ଯାହାକୁ ଏପର୍ଯ୍ୟନ୍ତ ଏହାର ସର୍ବୋତ୍ତମ ପ୍ରଦର୍ଶନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୋଟିଂ ଶେଷ ହେବାର […]

LOKA SAMACHAR @2026. All Rights Reserved || Developed By CBSPL