ଓଡ଼ିଶା

ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ, ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟ ବଜେଟ 2026-27 ଉପ ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବଜେଟ ଆକାର 3 ଲକ୍ଷ 10 ହଜାର କୋଟି । ପ୍ରଶାସନିକ ଖର୍ଚ୍ଚ 1 ଲକ୍ଷ 14 ହଜାର କୋଟି । କାର୍ଯ୍ୟକ୍ରମ ଖର୍ଚ୍ଚ 1 ଲକ୍ଷ 80 ହଜାର କୋଟି । ଗତ ବର୍ଷ ତୁଳନା ରେ 6.9 ପ୍ରତିଶତ ବଜେଟ ବୃଦ୍ଧି ।  ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯାଇଛି । ଭିବୀ ଜି ରାମ ଜି ଯୋଜନା ପାଇଁ […]

ଓଡ଼ିଶା

ବଜେଟ୍ ଉପସ୍ଥାପନ ପୂର୍ବରୁ ଦହି ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ ହୋଇଛି। ଆଜି ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ମିଠା ଖୁଆଇଛନ୍ତି।

ଜାତୀୟ

ରାହୁଲ ଗାନ୍ଧୀ ଓ କଂଗ୍ରେସ ସବୁଠାରୁ ବଡ଼ ବିଶ୍ୱାସଘାତକ : ସମ୍ବିତ ପାତ୍ର

ଶୁକ୍ରବାର ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସ ଟି-ସାର୍ଟ ଖୋଲି ପ୍ରତିବାଦ କରିବା ଘଟଣାରେ ରାହୁଲ ଗାନ୍ଧୀ ଓ ଯୁବ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର। କଂଗ୍ରେସକୁ ଲଜ୍ଜାହୀନ, ଟପହୀନ(ଦେହରେ ସାର୍ଟ ନଥିବା) ଏବଂ ମସ୍ତିଷ୍କହୀନ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ସମ୍ପୃକ୍ତି ପାଇଁ ଦେଶର ସବୁଠାରୁ ବଡ଼ ବିଶ୍ୱାସଘାତକ ବୋଲି କହିଛନ୍ତି ସମ୍ବିତ। ସମ୍ବିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବରୁ ଭାରତ ଏପରି ସମ୍ମିଳନୀରେ ଅଂଶଗ୍ରହଣ କରିନଥିଲା କିମ୍ବା […]

ଜାତୀୟ

ଛାତ୍ର କଂଗ୍ରେସର ନୂତନ ସଭାପତି ହେଲେ ବିନୋଦ ଜାଖଡ

ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ଶାଖା NSUI ଶୁକ୍ରବାର ବିନୋଦ ଜାଖଡଙ୍କୁ ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିନୋଦ ଜାଖଡ଼ଙ୍କୁ NSUIର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଶ୍ରୀ ଜାଖଡ଼ ରାଜସ୍ଥାନର ନାଗୌର ଜିଲ୍ଲାର ମେର୍ଟା […]

ଜାତୀୟ

ଏଆଇ ସମ୍ମିଳନୀରେ ଟି-ସାର୍ଟ ଖୋଲି କଂଗ୍ରେସ କର୍ମୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀମାନେ ଏକ ବିରାଟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତି ସମ୍ମିଳନୀରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସ ପହଞ୍ଚି ଅନେକ ଲୋକଙ୍କୁ ଅଟକ ରଖିଛି। କଂଗ୍ରେସ କର୍ମୀଙ୍କ ଏହି ପ୍ରତିବାଦ ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ ହୋଇଥିଲା। ଯାହାକି ଅତ୍ୟନ୍ତ ଉଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ବିଜେପି ଏପରି ପ୍ରତିବାଦକୁ କଂଗ୍ରେସର ଷଡ଼ଯନ୍ତ୍ର ବୋଲି […]

ଜାତୀୟ

ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଜାରି ହୋଇଥିବା ମାମଲାର ଶୁଣାଣି ପାଇଁ ହାଜର ହୋଇଛନ୍ତି । ଏହି କୋର୍ଟରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନ ସମ୍ପର୍କରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଚାଲିଛି। ରାହୁଲ ଗାନ୍ଧୀ କୋର୍ଟରେ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ସେ କୋର୍ଟ ସମ୍ମୁଖରେ ସ୍ପଷ୍ଟ ଭାବରେ କହିଥିଲେ […]

ଜାତୀୟ

ବିଷାକ୍ତ ମଦ ନେଲା ୫ ଜୀବନ

ନୂଆଦିଲ୍ଲୀ : ବିହାରର ରୋହତାସରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିବାହରର ମାଠିଆନ୍ ଗାଁରେ ଏଭଳି ଅଘଟଣ ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରିଛି। ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି। ଯୋଗୁଁ 5 ଜଣଙ୍କର ମୃତ୍ୟୁ ହୋଇଛି। ମାଥିଆନ ଗାଁର ଘଟଣା। ପୋଲିସ ମୃତଦେହଗୁଡ଼ିକୁ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। […]

ଓଡ଼ିଶା

ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡ଼ିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ। ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତି କରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ […]

ଓଡ଼ିଶା

୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ ହାଣ୍ଡିଭଙ୍ଗା ଯାତ । ଏହାକୁ ସ୍ବଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା । ଏନେଇ ଗୁରୁବାର ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏଥିରେ ମୁଖ୍ୟତଃ ଶ୍ରୀଲିଙ୍ଗରାଜ […]

ଓଡ଼ିଶା

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା । ଏଥିପାଇଁ ୧୫ […]

LOKA SAMACHAR @2026. All Rights Reserved || Developed By CBSPL