ଇରାନରେ ସାମରିକ ହେଲିକପ୍ଟର କ୍ରାସ୍; ୪ ମୃତ
ତେହେରାନ୍ : ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୩୩୦କିଲୋମିଟର ଦକ୍ଷିଣରେ ଇସଫାହାନ ପ୍ରଦେଶର ଡୋରଚେ ସହରରେ ଏହି ଦୁର୍ଘଟଣା ଘଟିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । […]














