ଓଡ଼ିଶା

ଚଳିତ ମାଟ୍ରିକ ପରୀକ୍ଷାର ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ

କାମାକ୍ଷାନଗର: ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ ହେଲେ କାମାକ୍ଷାନଗର ବ୍ଲକ ମହୁଲପାଳ ସ୍ଥିତ ନିଗମାନନ୍ଦ ହାଇସ୍କୁଲର ସୁନିତା ନାୟକ । ସେ ଠିକରେ କଥା କହିପାରୁ ନାହାଁନ୍ତି କି ଶୁଣି ପାରନ୍ତି ନାହିଁ । କିନ୍ତୁ ଠାରରେ ସବୁ ଜାଣିପାରନ୍ତି । ସୁନିତା ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କର ଜଣେ ନବମ ଶ୍ରେଣିର ଜଣଏ ସମ୍ପର୍କିୟ ଛାତ୍ର ତାଙ୍କ ପାଇଁ ପରୀକ୍ଷା […]

ଓଡ଼ିଶା

ପାରାଦୀପ ବେଳାଭୂମିରେ ଲାଗିଲା ୨୦ ଫୁଟର ତିମିର ମୃତଦେହ

ପାରାଦୀପ: ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ । ତେବେ ତିମି ମାଛଟିର କେମିତି ମୃତ୍ୟୁ ହୋଇଛି ତାହା ଜଣାପଡିନଥିଲେ ମଧ୍ୟ କୌଣସି ଜାହାଜରେ ପିଟିହୋଇ ମାଛଟି ମରିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି । କୋଡିଏ ବର୍ଷ ପୂର୍ବରୁ ପାରଦୀପ ସମୁଦ୍ର କୂଳରେ […]

ଓଡ଼ିଶା

କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା, ୨୮ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା । ଆସନ୍ତା ୨୮ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୪ ବର୍ଷ ଯାଏ ଝିଅଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯିବ । ୧୪ରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ୍ ଦିଆଯିବ । ଏନେଇ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର । ସେପଟେ ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ । ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ […]

ଓଡ଼ିଶା

ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ତାତିଲେ ଲୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭୁବନେଶ୍ୱର:  ଭୁବନେଶ୍ୱର ଆଇଗିଣିଆରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ  ଘଟଣାରେ ତାତିଲେ ଲୋକ । ନ୍ୟାୟ  ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ୧୬ ନମ୍ବର  ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି । ସେପଟେ ଏହି ପ୍ରସଙ୍ଗରେ ବିଏମସି କମିଶନର ଚଞ୍ଚଳ […]

ଓଡ଼ିଶା

ଡ୍ରାଇଭିଂ ଶିଖିବା ବେଳେ ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍

ଯାଜପୁର : ଡ୍ରାଇଭିଂ ଶିଖିବା ହେଲା କାଳ । ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ପଞ୍ଚାୟତ ଦରକୁଣ୍ଡି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ରଘୁନାଥ ଧଳ । ଦୁର୍ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ଆଜି ସକାଳେ ଦୁଇ ଜଣ […]

ଓଡ଼ିଶା

ସାପ ଗାତରେ ହାତ ପୁରାଇଦେଲା ନାବାଳକ, ଚାଲିଗଲା ଜୀବନ

ଭଦ୍ରକ : ଖେଳୁ ଖେଳୁ ସାପ ଗାତରେ ହାତ ପୁରାଇଦେଲା ନାବାଳକ । ସାପ କାମୁଡାରେ ଗଲା ୫ ବର୍ଷର ନାବାଳକ ଜୀବନ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଗୋପୀନାଥପୁର ଗାଁରେ ଅଘଟଣ ଘଟିଛି । ମୃତ ନାବାଳକ ନରସିଂହ ମୁଣ୍ଡା । ଗତକାଲି ସନ୍ଧ୍ୟାରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ସାପ ଗାତରେ ହାତ ପୁରାଇଦେଇଥିଲେ । ଗାତରେ ଥିବା ଏକ ସାପ କାମୁଡିବାରୁ ନାବାଳକର ମୃତ୍ୟୁ ହୋଇଛି।

ଓଡ଼ିଶା

ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା

ପାରାଦୀପ : ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପାରାଦୀପରେ ମୃତ ମହିଳାଙ୍କ ପରିଚୟ ମିଳିଲା । ମୃତ ଯୁବତୀଙ୍କ ଘର ତିର୍ତ୍ତୋଲରେ । ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ । ଲିଫ୍ଟ ଦେବା ନାଁରେ ଯୁବତୀଙ୍କୁ ପାରାଦୀପ ନେଇ ଆସିଥିଲା ଯୁବକ। ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିଲା। ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତକୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ […]

ଓଡ଼ିଶା

ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ

କଟକ: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କ କଟକ କାର୍ଯ୍ୟାଳୟ ଓ ଭଦ୍ରକରେ ଥିବା ପୈତୃକ ଘରେ ବି ଚଢ଼ଉ ଜାରି ରଖିଛି। ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଭୁବନେଶ୍ବରର ଶ୍ରୀବିହାର ଫ୍ଲାଟ୍‌ରୁ ମିଳିଲା ୪ କୋଟିରୁ ଅଧିକ ନଗଦ ଟଙ୍କା। […]

ଓଡ଼ିଶା

୬ ସାଇବର ଠକ ଗିରଫ, ବହୁ ଫ୍ରଡ ଆକାଉଣ୍ଟ ସିଜ

ଭଦ୍ରକ:ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ପୋଲିସ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ ହୋଇଛି । ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରାୟ ଦେଢ଼ କୋଟି ଟଙ୍କା ଆସିବା ଘଟଣାକୁ ସନ୍ଦେହ କରି ବ୍ୟାଙ୍କ ପରିଚାଳକ ଦେବାଶିଷ ପରିଡ଼ାଙ୍କ ପକ୍ଷରୁ ଭଦ୍ରକ […]

ଜାତୀୟ

ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ ଏହି ଦାବିକୁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଚଳିତବର୍ଷ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି । ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେବା ତୀର୍ଥକୁ ସ୍ଥାନାନ୍ତରିତ […]

LOKA SAMACHAR @2026. All Rights Reserved || Developed By CBSPL