ଜାତୀୟ

ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହଠାତ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ପଦକ୍ଷେପକୁ ଏକ ପ୍ରମୁଖ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି। ସିଭି ଆନନ୍ଦ ବୋଷ ୧୭ ନଭେମ୍ବର ୨୦୨୨ରେ ବଙ୍ଗଳାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ, ସେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଇସ୍ତଫା ଦେବାର କୌଣସି ସରକାରୀ କାରଣ ଜଣାଇ ନାହାନ୍ତି। ଡକ୍ଟର ସି.ଭି. ଆନନ୍ଦ ବୋଷ ଜଣେ ପୂର୍ବତନ […]

ଜାତୀୟ

ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ

ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ […]

ଜାତୀୟ

ଆମେରିକୀୟ ତେଲ ଟ୍ୟାଙ୍କର ଜାହାଜକୁ ଉଡ଼ାଇଲା ଇରାନ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ । ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) । ଉତ୍ତର ପର୍ଶିଆନ ଗଲ୍ଫରେ ଏହି ଜାହାଜକୁ ଆକ୍ରମଣ କରାଯାଇଥିବା ଆଇଆରଜିସି କହିଛି । ଇରାନୀ ସରକାରୀ ଗଣମାଧ୍ୟମ କହିଛି, ଆମେରିକୀୟ ଜାହାଜରେ ନିଆଁ ଲାଗିଯାଇଛି । ତେବେ କ୍ଷୟକ୍ଷତି ସମ୍ପର୍କାରେ ଜିଛି […]

ଜାତୀୟ

ରଙ୍ଗ ଲଗାଇବାରୁ ୪ ବର୍ଷର ନାତି ଉପରେ ଗରମ ପାଣି ପକାଇଲା ଜେଜେ ମା

ନାଗପୁର : ବୁଧବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପାଳନ ହେଉଥିବା ବେଳେ ମହାରାଷ୍ଟ୍ର ନାଗପୁରର କୋରାଡିରେ ଅଘଟଣ ଘଟିଛି । ହୋଲି ଯୋଗୁଁ ଲୋକ ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିବା ବେଳେ ଏକ ଚାରି ବର୍ଷର ଶିଶୁ ରଙ୍ଗ ବୋଳିକା ମହଙ୍ଗା ପଡିଛି । ଜେଜେ ମାଆକୁ ରଙ୍ଗ ମାରିଥିବାରୁ ନାତି ଉପରେ ଗରମ ପାଣି ଢାଳି ଦେଇଛି ଜେଜେ ମାଆ । ଗରମ ପାଣି ପଡିବା ଯୋଗୁଁ ପିଲାଟିର ଦେହ ଫୋଟକା ହୋଇଯାଇଛି […]

ଜାତୀୟ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ନୀତୀଶ କୁମାର, ବିଜେପି ସଭାପତି ନୀତିନ ନବୀନଙ୍କ ସମେତ ୫ ଏନଡିଏ ପ୍ରାର୍ଥୀ ଆଜି ଶେଷ ଦିନରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫେବୃଆରୀ ୨୭ରେ ୧୦ମ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । […]

ଜାତୀୟ

ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ, ସମୁଦ୍ରରୁ ୮୭ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଭୟଙ୍କର ଆକ୍ରମଣ । ​ଆମେରିକାର ବଡ଼ ଆକ୍ରମଣରେ ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାରେ ସମଦ୍ରରୁ ୮୭ଜଣଙ୍କ ମୃତଦେହ ଉଦ୍ଧାର । ୩୨ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଶ୍ରୀଲଙ୍କାର ଗାଲେ ହସପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜରେ ପ୍ରାୟ ୧୮୦ ଜଣ କର୍ମଚାରୀ ଥିଲେ । ଯୁଦ୍ଧ ଜାହାଜରେ ଥିବା ଅନ୍ୟମାନେ ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଉପକୂଳ ନିକଟ ଭାରତ ମହାସାଗରରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ […]

ଜାତୀୟ

ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ, ଇରାନ ଉପରେ ଆକ୍ରମଣ ଜାରି ରଖିବ ଆମେରିକା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ । ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ! ।  ସିନେଟରେ ହାରିଲେ ବିରୋଧୀ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧୀ ସାମରିକ ଅଭିଯାନକୁ ରୋକିବା ପାଇଁ ଅଣାଯାଇଥିବା ପ୍ରସ୍ତାବ ଆମେରିକା ସିନେଟ୍ ରେ ଖାରଜ ହୋଇଯାଇଛି । ୪୭-୫୩ ଭୋଟରେ ଏହି ବିଲ୍ କାଟ ପରେ ଏବେ ଟ୍ରମ୍ପ କଂଗ୍ରେସର ଅନୁମତି ବିନା ଇରାନ ଉପରେ ଆକ୍ରମଣ ଜାରି ରଖିପାରିବେ ।  ଫେବୃଆରୀ ୨୮ରୁ ଇସ୍ରାଏଲ୍ […]

ଓଡ଼ିଶା

‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍  ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।  ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅଂଶୀଦାର ମାନଙ୍କୁ ସଚେତନ କରିବା ଏବଂ ‘ଓଡ଼ିଶା ହୋମଷ୍ଟେ ସ୍କିମ୍ ୨୦୨୫’ କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶା ହୋମଷ୍ଟେ କର୍ମଶାଳା’ ସହିତ ଏହି ଶୁଭାରମ୍ଭ କରାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ […]

ଓଡ଼ିଶା

ଜନସାଧାରଣଙ୍କୁ ସଚେତନ କରିବ ଓଡ଼ିଶା ପୋଲିସର “ନ୍ୟାୟ ସଂହିତା ପ୍ରଦର୍ଶନୀ”

ଭୁବନେଶ୍ୱର : ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି। ଆସନ୍ତା ମାର୍ଚ୍ଚ ୬, ୨୦୨୬ ତାରିଖରେ ଭାରତର ମାନ୍ୟବର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ  ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ ।  ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ […]

ଓଡ଼ିଶା

ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼: ପ୍ରତିବାଦରେ ବିଇଓଙ୍କ ଅଫିସ ଆଗରେ ଧାରଣା

ବାସୁଦେବପୁର: ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଏହାର ପ୍ରତିବାଦରେ ଅଭିଭାବକଙ୍କ ସମେତ ପୀଡିତାଙ୍କ ପରିବାର ଓ କେତେକ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ସେହି ସମୟରେ ପ୍ରଧାନଶିକ୍ଷକ ଅବିନାଶ ପ୍ରଧାନଙ୍କୁ ମାଡ ମାରୁଥିବା ଖବରପାଇ ନାଇକାଣିଡିହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ପ୍ରଧାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି କ୍ରମରେ […]

LOKA SAMACHAR @2026. All Rights Reserved || Developed By CBSPL