ଓଡ଼ିଶା

ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ଵର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏନେଇ ଏମ୍ସ ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୯ଟାରେ ଦିଲ୍ଲୀ ବାହାରିଲେ ସୁରେଶ ପୂଜାରୀ । ମଙ୍ଗଳବାର ରାତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇଥିଲେ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର […]

ଓଡ଼ିଶା

ଆସନ୍ତାକାଲି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ଵର: ଆଜି ନୁହେଁ ଆସନ୍ତାକାଲି ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ। କାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । ସେଠୁ ସିଧାସଳଖ କଟକ ମୁଣ୍ଡଳୀ ଯାଇ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ସେଦିନ ଅପରାହ୍ଣରେ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ […]

ଓଡ଼ିଶା

ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ : ଗୁଳିମାଡ଼ରେ ୨ ଗୁରୁତର

ରେଢ଼ାଖୋଲ : ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ,ଗାଁରେ ଫୁଟିଲା ଗୁଳି।  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।  ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଓ ଝାରବନ୍ଧଲି ଗାଁ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଝାରବନ୍ଧିଲି ଗ୍ରାମର ୨ଜଣ ଗୁରୁତରଥିବା ବେଳେ ମାଣିକପୁର ଗ୍ରାମର ୭ଜଣ ଗୁରୁତର ହେଇ ରେଢାଖୋଲ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସେଥିମଧ୍ୟରୁ ମାଣିକପୁର ଗ୍ରାମର ମୋହନ ପାତ୍ର ଏବଂ ଲୋକନାଥ ବେହେରାଙ୍କ ଦୁଇ ଗୋଡରେ ଗୁଳି ବଜି ଥିବାରୁ ୨ଜଣ ଅଧିକ ଗୁରୁତର […]

ଓଡ଼ିଶା

ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା-ଜିଲ୍ଲାରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମୃତ ମାଓବାଦୀ ବିଜାପୁର ଜିଲ୍ଲା ଭୈରମଗଡ଼ ଏରିଆ କମିଟିର ଏସିଏମ୍ ରାଜେଶ ପୁନେମ ବୋଲି ଜଣାପଡିଛି । ରାଜେଶ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ […]

ଓଡ଼ିଶା

କୋର୍ଟ ଆଗରେ ଯୁବକଙ୍କୁ ହତ୍ୟା

ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ ।  ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ ।  ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ ।  ସୂଚନା ଅନସାରେ, କୌଣସି ଏକ ମାମଲାର ଶୁଣାଣି ପାଇଁ ଭଞ୍ଜନଗର କୋର୍ଟକୁ ଆସିଥିଲେ ଅଶୋକ ।  ଏହି ସମୟରେ କୋର୍ଟ ସମ୍ମୁଖରେ ଅନ୍ୟ ଜଣେ ଯୁବକ ଏକ ଟାଙ୍ଗିଆରେ ଅଶୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ […]

ଓଡ଼ିଶା

ଭଡ଼ା ଘରୁ CRPF ଯବାନଙ୍କ ମୃତଦେହ ଉଦ୍ଧାର

କଟକ : CRPF ଯବାନଙ୍କ ସଂଦେହଜନକ ମୃତ୍ୟୁ ।  ମୃତକ ହେଲେ CRPF ହାବିଲଦାର ଦୀତିକୃଷ୍ଣ ପଣ୍ଡା ।  ତାଙ୍କ କଟକ ସ୍ଥିତ ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ସେ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ ।  ନିକଟରେ ଛୁଟିରେ ଘରକୁ ଆସିଥିଲେ ।  ଗତକାଲି CRRI ଥାନା ଅନ୍ତର୍ଗତ ନୂଆବଜାର ସ୍ଥିତ ଭଡ଼ା ଘରୁ ଅପରାହ୍ଣରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପତିପତ୍ନୀଙ୍କ ମଧ୍ୟରେ ବିବାଦରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି […]

ଓଡ଼ିଶା

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା, ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି । କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତ ମାନେ ତଦନ୍ତରେ ସହଯୋଗ କରିବା ଏବଂ ଅଦଲତଙ୍କ ବିନା […]

ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା । ୨ ସେଟ ନାମାଙ୍କନପତ୍ର ଦାଖଲ କଲେ ଡ. ସଂତୃପ୍ତ ମିଶ୍ର । ତୃତୀୟ ଆସନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଡ. ସଂତୃପ୍ତ ମିଶ୍ର । ସଂତୃପ୍ତଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ଅଛନ୍ତି ନବୀନ ପଟ୍ଟନାୟକ। ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ […]

ଓଡ଼ିଶା

ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର : ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ଜୀବନର କୌଣସି ପରିସ୍ଥିତିରେ ସେ ସାଲିସ୍ କରି ନଥିଲେ। ବିଜୁବାବୁ ଓଡିଶା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ଯାହା ଅଧୁରା ରହିଛି ସେ ଦିଗରେ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆମ ସରକାର ତାଙ୍କ ସ୍ଵପ୍ନ ପୂରଣ ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ […]

ଓଡ଼ିଶା

ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ, ଚାଲିଗଲା ୧୦ରୁ ଅଧିକ ଜୀବନ

କନ୍ଧମାଳ: ରଙ୍ଗ ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ । କେଉଁଠି ସଡ଼କ ଦୁର୍ଘଟଣା ତ କେଉଁଠି ଗାଧୋଇବା ବେଳେ ଅଘଟଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦୁଲି ଛକ ନିକଟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର […]

LOKA SAMACHAR @2026. All Rights Reserved || Developed By CBSPL