ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ପୁଣି ଆନ୍ଦୋଳନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ନବରଙ୍ଗପୁର: ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ନବରଙ୍ଗପୁରରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରା କ୍ରମେ ଜିଲ୍ଲାର ବେକାର ଯୁବକଯୁବତୀ ନବରଙ୍ଗପୁର ପହଞ୍ଚିଥିଲେ। ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି। ଶତାଧିକ ବେକାର ଯୁବକଯୁବତୀଙ୍କୁ ଉଦ୍ବୋଧନ ଦେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ, ଜିଲ୍ଲାଭିତ୍ତିକ ନିଯୁକ୍ତିକୁ ଜିଲ୍ଲାବାସୀ ସମର୍ଥନ କରୁଛନ୍ତି। କିନ୍ତୁ ସରକାର ଏହି ଦାବିକୁ ଅତି ହାଲ୍କା ଭାବେ ନେଇଛନ୍ତି। ଲଢ଼େଇ କଲେ […]














