ଦେବଗଡ

ଦେବଗଡ଼ ପୁଲିସକୁ ବଡ଼ ସଫଳତା: ୧୨ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

ରିଆମାଳ: ଦେବଗଡ଼ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିିଛି। ଚୋରି ମାମାଲାରେ ୧୨ ଜଣକୁ ଗିରଫ କରିବା ସହ ଯାନବାହନ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳର ଗରିଆପାଲି ଓ ଖଇରପାଲି ଫାଣ୍ଡି ଅନ୍ତର୍ଗତ ଅହଲ୍ୟା ଛକ ଠାରେ ଥିବା ମେଗା ୱାଟର ଲିଫ୍ଟ କମ୍ପାନୀ ଭୋଲ୍ଟସର ଅନୁବନ୍ଧିତ କମ୍ପାନୀ ମ୍ୟାପ ପ୍ରୋଜେକ୍ଟ ଓ ଇଞ୍ଜିନିଅରିଙ୍ଗ ସର୍ଭିସ ଲିମିଟେଡ଼ର ଷ୍ଟକ ୟାର୍ଡ଼ରୁ ଲକ୍ଷାଧିକ ଟଙ୍କାର ଜେନ ସେଟ, ଟ୍ରାନ୍ସଫର୍ମର, କପର ୱାୟାର, ମୋବାଇଲ ସମେତ ବିଭିନ୍ନ ସାମଗ୍ରୀ ଚୋରି କରିଥିବା  ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୧୨ ସଦସ୍ୟଙ୍କୁ ଗିରଫ କଲା କୁଣ୍ଢେଇଗୋଳା ଥାନା ପୁଲିସ l

ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାବୁ କରିଥିଲେ ଚୋରଙ୍କୁl ସଂସ୍ଥା ପକ୍ଷରୁ ଗତ ଅଗଷ୍ଟ ୨୮ ତାରିଖରେ କୁଣ୍ଢେଇଗୋଳା ଥାନାରେ ହୋଇଥିଲା ଅଭିଯୋଗ l ଗିରଫ ଅଭିଯୁକ୍ତମାନେ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ନୀଳାପସି ଗ୍ରାମର ମାଷ୍ଟର ମାଇଣ୍ଡ ହରିହର ସାହୁ, ଚୈତନ୍ୟ ବେହେରା, ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ବଲଣ୍ଡା ଗୁରୁଦ୍ୱାର ଶଙ୍କର ଆଚାର୍ଯ୍ୟ, କୋଲିଆରୀ ଥାନା ସାଉଥ ବଲଣ୍ଡା ଗ୍ରାମର ଦେବାଶିଷ ସାହୁ, କ୍ଷୀରୋଦ ସ୍ବାଇଁ, ଭଞ୍ଜ କଲୋନୀ ଏଫସି ଆଇ ସୁନୀଲ ମହାରଣା,ଗୁରୁଦ୍ୱାରା ସାଉଥ ଅଞ୍ଚଳର ସଞ୍ଜୟ ନାହାକ, ପୁରୁଣାକୋଟ ଗ୍ରାମର ପଞ୍ଚାନନ ବେହେରା, ନାଲକୋ ଥାନାଞ୍ଚଳ ଦିଲ୍ଲୀପ କୁମାର ସାହୁ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାଞ୍ଚଳର ଶୁଭରାଜ ନାଏକ, ତାଳଚେର ଥାନା ସୁନାଖଣି ଅଞ୍ଚଳର ପପୁ ଓରଫ ଅମିତ ନାଏକ l

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚୋରା ସମଗ୍ରୀ କିଣିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ନିଶା ଥାନା ଜିନ୍ଦଲ ଭୁବନପୁର ଗ୍ରାମର ସୁରେଶ ଯାଦବକୁ ମଧ୍ୟ ଗିରଫ କରିଛି ପୁଲିସl ସେମାନଙ୍କ ଠାରୁ ଗୋଟିଏ ମହିନ୍ଦ୍ରା ପିକ ଅପ, ଗୋଟିଏ ଟୋୟୋଟା ଭ୍ୟାନ,ଗୋଟିଏ ହିରୋହୋଣ୍ଡା ଡିଲକ୍ସ ବାଇକ ଓ ଟାଟା ମ୍ୟାଜିକ ଗାଡି ସହ ୫ ହଜାର ୩ ଶହ ନଗଦ ଟଙ୍କା, ୯ଟି ମୋବାଇଲ ଓ ବିପୁଳ ପରିମାଣର ତମ୍ବା ତାର ଜବତ କରିଛିl ଗିରଫ ଅଭିଯୁକ୍ତଙ୍କ ନାମରେ ଆଜି ଗିରଫ ସମସ୍ତ ୧୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତିl

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL