ଜାତୀୟ

ଟେମ୍ପୋକୁ ଧକ୍କା ଦେଲା ଟ୍ରଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

ରାଜସ୍ତାନ : ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଛନ୍ତି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ରବିବାର ସକାଳୁ ଏପରି ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି । ସୂଚନାନୁଯାୟୀ, ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ […]

ଜାତୀୟ

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

କରାଚୀ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଏକ ଅବୈଧ ଅସ୍ଥାୟୀ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଜଣାପଡିଛି । ଶନିବାର ରାତିରେ ହାଇଦ୍ରାବାଦ ସହରର ଲତିଫାବାଦ ଅଞ୍ଚଳରେ ଏକ ଅଣଲାଇସେନ୍ସ ପ୍ରାପ୍ତ ବାଣ ତିଆରି ୟୁନିଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳୁଛି । ସୂଚନାନୁଯାୟୀ, ଲତିଫାବାଦ ପୋଲିସ ଷ୍ଟେସନ ନିକଟରେ ଲାଗାରି ଗୋଥ୍ ନଦୀ କୂଳରେ […]

ଜାତୀୟ

ଧସିଲା ପଥର ଖାଦାନ ଦୁଇ ଶ୍ରମିକ ମୃତ, ଫସିଛନ୍ତି ୧୫

ନୂଆଦିଲ୍ଲୀ: ଧସିଲା ପଥର ଖାଦାନ। ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖାଦାନରେ ଆହୁରି ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି| ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଏହି ଅଘଟଣ ଘଟିଛି| ଏକ ପଥର ଖାଦାନରେ ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି।NDRF ଓ SDRF ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସଞ୍ଜୀବ ଗଣ୍ଡ ।

ଜାତୀୟ

ଅଡୁଆରେ ମହୁଆ ମୋଇତ୍ରା, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ହେବ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି ସପ୍ତାହ ମଧ୍ୟରେ designated କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିବ ସିବିଆଇ । ଏହା ସହ ଏହାର ଏକ କପି ଲୋକପାଳଙ୍କୁ ସେୟାର କରିବ ତଦନ୍ତକାରୀ ସଂସ୍ଥା । […]

ଓଡ଼ିଶା

ସମସ୍ତ ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖିବା: ରାଜ୍ୟପାଳ

ଭୁବନେଶ୍ବର: ସମସ୍ତ ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ରାଜଭବନରେ ଜନଜାତୀୟ ଗୌରବ ଦିବସ ଏବଂ ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଏହା କହିଛନ୍ତି। ରାଜ୍ୟପାଳ କହିଲେ, ଜନଜାତି ଗୌରବ ଦିବସ ଝାଡ଼ଖଣ୍ଡର ମହାନ ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସାହସିକ ବଳିଦାନକୁ ମନେ ପକାଇବା ପାଇଁ ଏକ ଉତ୍ସର୍ଗୀକୃତ ଦିନ। ବିର୍ସା ମୁଣ୍ଡା ବ୍ରିଟିଶ ଅତ୍ୟାଚାର […]

ଓଡ଼ିଶା

ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟିର ବଜେଟ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ବୈଠକ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବୈଠକରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପର ରୂପରେଖ ଏବଂ କାର୍ଯ୍ୟନ୍ୱୟନ ନେଇ ଚାଲିଛି ଆଲୋଚନା । ତେବେ ବୈଠକ ପରେ ଆଇନମନ୍ତ୍ରୀ କହିଛନ୍ତି ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦କୋଟି ଅଟକଳ ବ୍ୟୟ ବରାଦ ହୋଇଛି । […]

ଓଡ଼ିଶା

ସଡ଼କ ସୁରକ୍ଷା ପକ୍ଷ ଆରମ୍ଭ : ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ପରିବହନ ବିଭାଗ ସହିତ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ନଗର […]

ଓଡ଼ିଶା

ଜୟଙ୍କ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭା: ଯୋଗ ଦେଲେନି ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ

ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିବା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢ଼ିଛି। ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତି ସତ୍ତ୍ବେ ବିଜେପି ସରକାରର ଅନେକ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ। ବିଜେପିର ଏତେ ବଡ଼ ସଫଳତା ଉତ୍ସବରେ ମନ୍ତ୍ରୀମାନଙ୍କ ଅନୁପସ୍ଥିତି ରାଜନୈତିକ ଚର୍ଚ୍ଚା […]

ଓଡ଼ିଶା

ଦନ୍ତା ଲଢେଇ ଫଟୋ ନେଲା ବେଳେ ଦଳିଦେଲା, ଜଣେ ମୃତ

ରାଉରକେଲା : ଦନ୍ତା ଲଢେଇ ଫଟୋ ନେଲାବେଳେ ଦଳିଦେଲା ଦନ୍ତା ।  ରାଉରକେଲା ଲାଠିକଟା ବ୍ଲକର ଏରଗଡାର ପାହାଡ଼ ତଳି ଗାଁରେ ଘଟିଛି ଅଘଟଣ । ଦୁଇ ଦନ୍ତା ହାତୀ ଲଢେଇର ଫଟୋ ଉଠାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ମୃତ ବ୍ୟକ୍ତି ମାଙ୍ଗରା କୁଜୁର ।  ରାମଯୋଡି , ଅସୁରଛାପଲ,ଅଟାଘାଟ ଜଙ୍ଗଲରେ ୩୫ଟିକିଆ ହାତୀ ପଲରୁ ବାହାରି ଆସି ଦୁଇ ଦନ୍ତା ଏରଗଡା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ […]

ଓଡ଼ିଶା

ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଦୋକାନ ଭାଙ୍ଗିଲେ ଟଙ୍କା ଲୁଟିନେଲେ

ବାରଙ୍ଗ: ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ ଦୋକାନ କରିଛନ୍ତି । ଗତକାଲି ରାତିରେ କାର୍ତ୍ତିକେଶ୍ବର ଭସାଣୀ ଚାଲିଥିବାବେଳେ ୨୦ରୁ ୨୫ ଜଣ ଯୁବକ ଦୋକାନକୁ ଆସିଥିଲେ । ପରେ ଯୁବକମାନେ ଚାନ୍ଦା ମାଗିବାରୁ ମନା କରିଥିଲେ ନିରଞ୍ଜନ । ପରବର୍ତ୍ତୀ ସମୟରେ ଅଶ୍ଳୀଳ […]

LOKA SAMACHAR @2026. All Rights Reserved || Developed By CBSPL