ଜାତୀୟ

ଯେକୌଣସି ଯୁଦ୍ଧ ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ଜେନେରାଲ ଦ୍ବିବେଦୀ

ନୂଆଦିଲ୍ଲୀ : ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଅପରେସନ ସିନ୍ଦୂର ଟ୍ରେଲର ମାତ୍ର । ବାକି ଅଛି ପୁରା ଫିଲ୍ମ । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଏମିତିକି ସୁଯୋଗ ମିଳିଲେ, ପଡ଼ୋଶୀକୁ କିପରି କରାଯାଏ ବ୍ୟବହାର ଶିଖାଇ ଦେବୁ । ପଡୋଶୀ ଦେଶକୁ ଜେନେରାଲ ଦ୍ବିବେଦୀଙ୍କ ଚେତାବନୀ । ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, […]

ଜାତୀୟ

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ, ୨୦ରେ ଶପଥ ଗ୍ରହଣ ଉତ୍ସବ

ବିହାର : ବିହାରରେ ନୂଆ ସରକାର ଗଠନକୁ ନେଇ ହଲଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି । ନିର୍ବାଚନରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲା । […]

ଜାତୀୟ

ସାଉଦି ଆରବରେ ବସରେ ଲାଗିଗଲା ନିଆଁ, ୪୨ ଭାରତୀୟ ମୃତ !

ସାଉଦି ଆରବ: ସାଉଦି ଆରବରେ ବଡ଼ ଅଘଟଣ । ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ଯୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତ ମୃତକ ତେଲଙ୍ଗାନାର ହୋଇଥିବା ଜଣାପଡିଛି । ଖବର ମୁତାବକ, ସାଉଦି ଆରବ ମକ୍କାରୁ ମଦିନା ଯାଉଥିବା ବସ୍ ଡିଜେଲ ଟ୍ୟାଙ୍କର ସହିତ […]

ଜାତୀୟ

୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ, ଇସ୍ରୋର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ ଋଷ ସଫଳତାର ସହ ଚନ୍ଦ୍ରରୁ ନମୂନା ସଂଗ୍ରହ କରିଥିବା ବେଳେ ଭାରତ ନିଜର ଚନ୍ଦ୍ରଯାନ-୪ ମିଶନରେ ଏହି ସଫଳତା ହାସଲ […]

ଜାତୀୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଅଭିନେତାଙ୍କୁ ବୋମା ଧମକ

ଚେନ୍ନାଇ: ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ଘରକୁ ବୋମା ଧମକ ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ମାତ୍ରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ବାସଭବନକୁ ବୋମାରେ […]

ଓଡ଼ିଶା

ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ !

କଟକ : ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ ସଂଘ […]

ଓଡ଼ିଶା

ପୋଖରୀରେ ବୁଡିଗଲେ ୨ ଶିଶୁ

ତିହିଡ଼ି: ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାଫରାବାଦ ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତକ ଜାଫରାବାଦ ଗାଁର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩) ଏବଂ ସିମୁଳିଆ ଥାନା ଅଧୀନ ଫୁଲଗଡ଼ ଗ୍ରାମର ଜୟନ୍ତ ସାହୁଙ୍କ ପୁଅ ହିମାଂଶୁ (୪) ବୋଲି ଜଣାପଡିଛି। ହିମାଂଶୁ ତାଙ୍କ ବାପାଙ୍କ ସହ ଜାଫରାବାଦ ଗାଁରେ ଥିବା ତାଙ୍କ ବନ୍ଧୁ ଘରକୁ ଆସିଥିଲେ। ମଧ୍ୟାହ୍ନ ସମୟରେ ହିମାଂଶୁ ଏବଂ ଅନନ୍ତ ସାଙ୍ଗ ହୋଇ ଖେଳୁଥିବାବେଳେ ଏକ ପୋଖରୀରେ […]

ଓଡ଼ିଶା

ବାଂଲାଦେଶୀଙ୍କୁ ଧରିବା ଲାଗି କେନ୍ଦ୍ରାପଡା ଓ ଜଗତସିଂହପୁରରେ ଯାଞ୍ଚ କଡ଼ାକଡ଼ି

ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୁଲିସ ଯାଞ୍ଚ କରୁଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ଆଦି ଅଞ୍ଚଳରେ […]

ଓଡ଼ିଶା

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ ପାଇଁ ବ୍ରହ୍ମପୁର ଗଲା ସିବିଆଇ ଟିମ୍

ବ୍ରହ୍ମପୁର:ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଅଧିକ ତଦନ୍ତ ଲାଗି ବ୍ରହ୍ମପୁର ଗଲା ସିବିଆଇ ଟିମ୍। ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ କ୍ରାଇମବ୍ରାଞ୍ଚି ଏହି ମାମଲାର ତଦନ୍ତ କରୁଥିଲା। ଆଗକୁ ସିବିଆଇ ଏହି ମାମଲାରେ ଅଧିକ ଖୋଳତାଡ କରିବା ନେଇ ସୂଚନା ମିଳିଛି। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। […]

ଓଡ଼ିଶା

ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି। ଏପରିକି ସରକାରୀ ଓ ବେସରକାରୀ ଅଫିସ ଗୁଡିକ ମଧ୍ୟ ବନ୍ଦ […]

LOKA SAMACHAR @2026. All Rights Reserved || Developed By CBSPL