ଓଡ଼ିଶା

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ ପାଇଁ ବ୍ରହ୍ମପୁର ଗଲା ସିବିଆଇ ଟିମ୍

ବ୍ରହ୍ମପୁର:ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଅଧିକ ତଦନ୍ତ ଲାଗି ବ୍ରହ୍ମପୁର ଗଲା ସିବିଆଇ ଟିମ୍। ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ କ୍ରାଇମବ୍ରାଞ୍ଚି ଏହି ମାମଲାର ତଦନ୍ତ କରୁଥିଲା। ଆଗକୁ ସିବିଆଇ ଏହି ମାମଲାରେ ଅଧିକ ଖୋଳତାଡ କରିବା ନେଇ ସୂଚନା ମିଳିଛି। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି।

ସୂଚନା ଅନୁସାରେ ଗତ ୮ ମାସ ମଧ୍ୟରେ ଦୁଇ ଥର ପୁଲିସ୍ ଏସ୍‌ଆଇ ନିଯୁକ୍ତି ବାତିଲ ହୋଇଥିଲା। ଏହି ମାମଲାରେ ପ୍ରଥମେ ୧୧୪ ଜଣ ଆଶାୟୀ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବା ପରେ ପ୍ରଥମେ ୬ ଦଲାଲ ଓ ୨ ମାଷ୍ଟରମାଇଣ୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL