ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି
ରାଉରକେଲା: ରାଉରକେଲା ପାନପୋଷ ରୋଡରେ ଗୁରୁବାର ସକାଳୁ ଘଟି ଯାଇଛି ଏକ ସିରିଜ୍ ଦୁର୍ଘଟଣା। ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି, ଗୋଟିଏ ପିକଅପ୍ ଭ୍ୟାନ୍ ଏବଂ ୩ଟି ସ୍କୁଟି କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇ ନଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ବସ୍ ଛାଡ଼ି ଫେରାର […]













