ଓଡ଼ିଶା

ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି

ରାଉରକେଲା: ରାଉରକେଲା ପାନପୋଷ ରୋଡରେ ଗୁରୁବାର ସକାଳୁ ଘଟି ଯାଇଛି ଏକ ସିରିଜ୍ ଦୁର୍ଘଟଣା। ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି, ଗୋଟିଏ ପିକଅପ୍ ଭ୍ୟାନ୍ ଏବଂ ୩ଟି ସ୍କୁଟି କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇ ନଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ବସ୍ ଛାଡ଼ି ଫେରାର ହୋଇଯାଇଛନ୍ତି।
ଦୁର୍ଘଟଣା ସୁରୁଚି ବାକେରି ନିକଟରେ ଘଟିଛି। ରାସ୍ତା ତିଆରି ବେଳେ ସ୍ୱେରେଜ୍ ବୋର୍ଡ ପକ୍ଷରୁ ପକା ଯାଇଥିବା ମ୍ୟାନହୋଲ୍ ତ୍ରୁଟି ଜନକ ଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ଟିସିଆଇ ଛକ ନିକଟରେ ଏକ ବସ୍ କାରକୁ ଧକ୍କା ଦେବା ଫଳରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ଏବେ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଜିରୋ ଫାଟାଲିଟି ପକ୍ଷ ପାଳନ କରାଯାଉଛି। ଦୁର୍ଘଟଣା ରୋକିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ମାତ୍ର ଡ୍ରାଇଭରଙ୍କ ଦାୟିତ୍ଵହୀନତା ଯୋଗୁ ଦୁର୍ଘଟଣା ବଢ଼ି ବଢ଼ି ଚାଲିଥିବା ସ୍ଥାନୀୟ ଜନତା ଅଭିଯୋଗ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL