ଓଡ଼ିଶା

ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଗହଳି

ପୁରୀ:ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬(Happy New Year 2026) । ସବୁଠି ଇଂରାଜୀ ନବବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର […]

ଓଡ଼ିଶା

ପଦୋନ୍ନତି ପରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ପେ-ମ୍ୟାଟ୍ରିକ୍ସର ଲେଭଲ-୧୭’ କୁ ପଦୋନ୍ନତି ଦିଆଯାଇଛି। ସେହିପରି […]

ଜାତୀୟ

ସୁଡଙ୍ଗ ଭିତରେ ଟ୍ରେନ ଦୁର୍ଘଟଣା : ୬୫ ଯାତ୍ରୀ ଆହତ

ଉତ୍ତରାଖଣ୍ଡର: ଉତ୍ତରାଖଣ୍ଡରରେ ସୁଡ଼ଙ୍ଗରେ ଦୁଇଟି ପ୍ରକଳ୍ପରେ ନିୟୋଜିତ ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଫଳରେ ୬୫ଜଣ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ରାତି ପ୍ରାୟ ୮.୩୦ ସମୟରେ ୪.୫ କିଲୋମିଟର ଲମ୍ବା ସୁଡଙ୍ଗ ଭିତରେ ଏହି ଦୁର୍ଘଟଣା ଘଟିଥିଲା । […]

ଜାତୀୟ

ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ; ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବିକ୍ଷୋଭ

ତେହରାନ: ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ରାଜଧାନୀ ତେହରାନରେ ଦୋକାନ ବଜାର ବନ୍ଦ କରିଦିଆଯାଇଛି। ପ୍ରମୁଖ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଇରାନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ମହମ୍ମଦ ରେଜା ଫରଜିନଙ୍କ ଇସ୍ତଫା ଦାବି କରିଛନ୍ତି। ଏପରି କି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସରକାରର ବରଖାସ୍ତ […]

ଜାତୀୟ

ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି : ବାତିଲ ହେଲା ଶତାଧିକ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀର ଏନ୍‌ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍‌ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି। ଘନ କୁହୁଡି କମ୍ ଦୂରତା ଦୃଶ୍ୟମାନ କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଶତାଧିକ ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା […]

ଜାତୀୟ

ଖୋଲି ନପାରି ୨ଟି ଏଟିଏମରେ ଲଗାଇଲେ ନିଆଁ, ଜଳିଗଲା ୩୭ ଲକ୍ଷ

ତେଲଙ୍ଗାନା : ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ମାମଲା ସାମ୍ନାକୁ ଆସିଛି। ଘଟଣାରେ ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ୍ ତାଡିନେବାକୁ ଆସିଥିଲେ। ମାତ୍ର ଅସଫଳ ହେବାରୁ ମେସିନରେ ନିଆଁ ଲଗାଇ ଦେଇଥିଲେ। ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଦୁର୍ବୃତ୍ତମାନେ ଅଳ୍ପ ସମୟ ବ୍ୟବଧାନରେ ୨ଟି ଏଟିଏମରେ ନିଆଁ ଲଗାଇଛନ୍ତି। ଏଥିରେ ମେସିନ୍ ଭିତରେ ଥିବା ନଗଦ ରାଶି […]

ଜାତୀୟ

ଭାରତ-ପାକିସ୍ତାନ ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଆମେରିକା : ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର ହୋଇଛି । ପ୍ରଥମେ ଆମେରିକା ମଧ୍ୟସ୍ଥତା ଦାବି କରିଥିବାବେଳେ ଏବେ ଚୀନ ଏହାକୁ ନେଇ ଦାବି କରିଛି । କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ୨୦୨୫ ମେ ମାସର ଆରମ୍ଭରେ ଭାରତ-ପାକିସ୍ତାନ ବିବାଦ ସମୟରେ ଚୀନର ମଧ୍ୟସ୍ଥତା ଦାବିକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ମଧ୍ୟସ୍ଥତା ଉପରେ […]

ଜାତୀୟ

ଦୂଷିତ ପାଣି ହେଲା କାଳ: ଇନ୍ଦୋରରେ ଜୀବନ ହାରିଲେଣି ୮, ଅନେକ ହସ୍ପିଟାଲରେ ଭର୍ତ୍ତି

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ କହିଛି ଯେ ତିନି ଜଣଙ୍କର ମୃତ୍ୟୁ ଦୂଷିତ ପାଣି ଯୋଗୁଁ ହୋଇଛି ଏବଂ ପାଞ୍ଚ ଜଣଙ୍କର […]

ଜାତୀୟ

କାରରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ

ନୂଆଦିଲ୍ଲୀ:ରାଜସ୍ଥାନର ଟୋଙ୍କ ଜିଲ୍ଲାରେ DST (ଜିଲ୍ଲା ସ୍ପେଶାଲ୍ ଟିମ୍) ଦଳ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ନୂଆବର୍ଷର ପାର୍ଟି ପୂର୍ବରୁ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ଦଳ (DST) ଏକ ବଡ଼ ଅଭିଯାନ ଚଳାଇଥିଲେ। ବରୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଯାଞ୍ଚ ସମୟରେ ବୁନ୍ଦିରୁ ଟୋଙ୍କକୁ ଏକ କାରରେ ପରିବହନ କରାଯାଉଥିବା ୧୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ଜବତ କରିଛି । ସୂଚନାଥାଉକି, ପୋଲିସ କାରରୁ ପ୍ରାୟ ୧୫୦ କିଲୋଗ୍ରାମ […]

ଜାତୀୟ

ଖାଲିଦା ଜିଆଙ୍କ ପୁଅଙ୍କୁ ଭେଟି ମୋଦିଙ୍କ ପତ୍ର ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକପତ୍ର ପ୍ରଦାନ କରିଛନ୍ତି। ଦୀର୍ଘକାଳୀନ ଅସୁସ୍ଥତା ଯୋଗୁ ୮୦ ବର୍ଷ ବୟସରେ ମଙ୍ଗଳବାର ଖାଲେଦା ଜିଆଙ୍କର ଢାକାର ଏଭରକେୟାର ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ଭାରତ ସରକାର […]

LOKA SAMACHAR @2026. All Rights Reserved || Developed By CBSPL