ଓଡ଼ିଶା

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ପ୍ରଦୂଷଣ ପ୍ରମାଣପତ୍ର ଅବଧି

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ’ ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି। ତେବେ ଗାଡ଼ି ଚାଳକ ମାନଙ୍କୁ ଅଯଥା ଚାପ ବିନା ଆବଶ୍ୟକ ପ୍ରଦୂଷଣ ଯାଞ୍ଚ ସମାପ୍ତ କରିବାକୁ ସମୟ ପ୍ରଦାନ ଓ ଯାନବାହନ ପ୍ରଦୂଷଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ ଅଟେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ନୂତନ […]

ଓଡ଼ିଶା

ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ  ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ମୁଖ୍ୟ  ସଚିବ ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ବ । ଅନୁ ଗର୍ଗଙ୍କୁ ବିଭିନ୍ନ ମହଲରୁ […]

ଓଡ଼ିଶା

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ ଏହାକୁ ସଂଶୋଧନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। କାରଣ କ୍ୟାଲେଣ୍ଡରରେ ଥିବା ଅସଙ୍ଗତି ଅନେକ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ କରିବ। ପ୍ରଶାସନ କ୍ୟାଲେଣ୍ଡରର ବଣ୍ଟନ ବନ୍ଦ କରିବା […]

ଓଡ଼ିଶା

ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ସମୀକ୍ଷା ବୈଠକ: ବଢିବ ମନ୍ଦିର ପରିଚାଳନା ଆୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ […]

ଓଡ଼ିଶା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ୨୬/୧୨ : ପ୍ରତ୍ୟେକ ଶ୍ରମିକଙ୍କର ସାମାଜିକ ସୁରକ୍ଷା ହେଉଛି ଅଧିକାର । ଏଥିପାଇଁ ପ୍ରତ୍ୟେକ ଶ୍ରମିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଓ ଆଇନ୍ ବାବଦରେ ଜାଣିବା ଜରୁରୀ ବୋଲି ସ୍ଥାନୀୟ ରେଡକ୍ରସ୍ ଭବନ ଠାରେ ଆକ୍ସନ୍‌ଏଡ୍ ଆସୋସିଏସନ୍ ଓ ସିସିଡବ୍ଲୁଡିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଶ୍ରମିକ ସଚେତନତା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ମୁଖ୍ୟ ଅତିଥି ଭାବରେ ଦତୋପନ୍ତ ଥେଙ୍ଗାଡି ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା କଲ୍ୟାଣ ବୋର୍ଡର ଆଂଚଳିକ […]

ଜାତୀୟ

ପ୍ରସାଦ ସେବନ କରି ୫୦ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ରାଜଗଡ: ରାଜଗଡ ଜିଲାରେ ଏକ ଧାର୍ମିକସ୍ଥଳରେ ଆୟୋଜିତ ପ୍ରସାଦ ସେବନ ପରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ରାଜଗଡ ଜିଲା ଖିଲଚିପୁର ଥାନା ଅନ୍ତର୍ଗତ ଗାଦିୟା ଲୁହାର ଗାଁରେ ଆୟୋଜିତ ଏକ ଧାର୍ମିକ ସଭାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଭୋଜନ କରିବା ପରେ ଫୁଡ୍ ପଏଜନ ହୋଇଥିବା ଜଣାପଡିଥିଲା। ସମସ୍ତେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଖିଲଚିପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶାଳ ସିସୋଦିଆଙ୍କ ସୂଚନା […]

ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା; ହତ୍ୟାକାରୀ କହିଲା-ମୁଁ ମଜା କରୁଥିଲି

ବାଂଲାଦେଶ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସେ ହେଲେ ବଜେନ୍ଦ୍ର ବିଶ୍ଵାସ(୪୨)। ଏକ କାରଖାନା ଭିତରେ ସୁରକ୍ଷାକର୍ମୀ ଭାବେ ଡ୍ୟୁଟି କରୁଥିବା ସମୟରେ ବଜେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ହତ୍ୟାକାରୀ ତାତ୍ସଲ୍ୟ କରି ‘ମୁଁ ମଜାକ କରୁଥିଲି’ ବୋଲି କହିଛି। ଅଭିଯୁକ୍ତ ନୋମାନ ମିୟା(୨୯)କୁ ପୁଲିସ ଗିରଫ କରିଛି। ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବଜେନ୍ଦ୍ର ୩ୟ ହିନ୍ଦୁ ଭାବେ ହତ୍ୟାର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, […]

ଜାତୀୟ

ଦେଶର ଅତ୍ୟାଧୁନିକ ହେଲିକପ୍ଟର DHRUV-NG ଉଦ୍ଘାଟିତ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ ହେଲିକପ୍ଟରର ର ବିଦ୍ଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଉଦ୍ଘାଟନ ସମୟରେ HAL ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡିକେ ସୁନୀଲ ଉପସ୍ଥିତ ଥିଲେ। […]

ଜାତୀୟ

୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର । ୨୦୨୬ ମସିହାରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି ସୌରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଆହୁରି ମଧ୍ୟ ସେ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ଆସିବ। ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି। ମମତା ମନ୍ତ୍ରିମଣ୍ଡଳର କେଉଁ […]

ଜାତୀୟ

ଘାଟିରୁ ଖସିଲା ବସ୍ : ୭ ଯାତ୍ରୀ ମୃତ, ୧୫ ଆହତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଘାଟିରେ ଖସିପଡ଼ିଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଭିକିଆସେନର ସରକାରୀ ଚିକିତ୍ସାଳୟରେ […]

LOKA SAMACHAR @2026. All Rights Reserved || Developed By CBSPL