ଅନ୍ତର୍ଜାତୀୟ

ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ

ମସ୍କୋ- ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଏହି ଆକ୍ରମଣ କରାଯାଇଥିଲା । ମାତ୍ର ରୁଷ୍‌ର ସେନା ଏହାକୁ ପ୍ରତିହତ କରିଥିବା କଥା ସେ କହିଛନ୍ତି . ସମସ୍ତ ଡ୍ରୋନ୍‌କୁ ନଷ୍ଟ କରି ଦିଆଯାଇଛି । ଏବେ ରୁଷ୍‌ […]

ଜାତୀୟ

୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ବାଂଲାଦେଶ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ଗତ ନଭେମ୍ବର ମାସରୁ ସେ ଢ଼ାକା ଏଭର କେୟାର ହସ୍ପିଟାଲରେ […]

ଜାତୀୟ

ନୂଆବର୍ଷରେ କାଶୀ ବିଶ୍ୱନାଥଙ୍କ ଦର୍ଶନ ଲାଗି ୨ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡ଼ି

ବାରାଣାସୀ: ନୂଆବର୍ଷ ପାଇଁ ଦେଶର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଲମ୍ବା ଧାଡ଼ି ଲାଗିଥିବାବେଳେ ଅନ୍ୟ ସ୍ଥାନରେ ଠିଆ ହେବା ପାଇଁ ଯଥେଷ୍ଟ ସ୍ଥାନ ନାହିଁ ।  ବିଶ୍ୱାସର ପରିପ୍ରକାଶକୁ ଦୃଷ୍ଟିରେ ରଖି, ଅନେକ ମନ୍ଦିର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।  ଡିସେମ୍ବର ୩୧ ତାରିଖରେ ଶିରିଡି ସାଇ ମନ୍ଦିର ସାରା ରାତି ଭକ୍ତଙ୍କ ପାଇଁ ଖୋଲା ରହିବ ।  ଏହି ସମୟରେ, ବୃନ୍ଦାବନର ବାଙ୍କେ ବିହାରୀ […]

ଜାତୀୟ

ମୁମ୍ୱାଇରେ ବସ୍ ଦୁର୍ଘଟଣାରେ ୪ ମୃତ, ୯ ଆହତ

ମୁମ୍ୱାଇ : ମୁମ୍ୱାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭାଣ୍ଡୁପ ୱେଷ୍ଟ ରେଲୱେ ଷ୍ଟେସନ୍ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ BEST ବସ୍ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ସୂଚନାନୁଯାୟୀ, ରାତି ପ୍ରାୟ ୯ଟା ୩୦ ମିନିଟରେ ଘଟିଛି ଦୁର୍ଘଟଣା […]

ଓଡ଼ିଶା

ଟାଟା ପାୱାର ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା  ।  ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା ।  ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି ।  ଆବଦେନରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦେଶାବଳୀ ର ଉଲ୍ଲଙ୍ଘନ ଅଭିଯୋଗ କରି ଭଏସ ଅଫ କଟକ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର […]

ଓଡ଼ିଶା

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଲେ

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ବରରୁ ହେଲିକେପଟର ଯୋଗେ ବରାହଗୋଡା ସ୍ଥିତ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାରାଜ କଂସଙ୍କ ରଙ୍ଗମହଲରେ ପହଞ୍ଚିଛନ୍ତି|  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ […]

ଓଡ଼ିଶା

ନୂଆବର୍ଷର ଅଭିନନ୍ଦନ ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ […]

ଓଡ଼ିଶା ଜ଼ିଲ୍ଲା ବଲାଙ୍ଗିର

ସର୍ବଭାରତୀୟ ମଠଖାଇ ମହୋତ୍ସବ ତୃତୀୟ ସନ୍ଧ୍ୟା

ବଲାଙ୍ଗୀରରୁ ସୁଧୀର ମିଶ୍ର ଙ୍କ ରିପୋର୍ଟ ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର(କେସି)ଙ୍କ ସ୍ମୃତିରେ ଆୟୋଜିତ ୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସ୍ଥାନୀୟ କୋସଲ କଳାମଣ୍ଡଳ ପଡ଼ିଆରେ ହୋଇଯାଇଛି। ଭୂମିକା ସଭାପତି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଯୋଗଦେଇ କହିଥିଲେ ଯେ ବିନା କୌଣସି […]

ଓଡ଼ିଶା

ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ: ଡାକ୍ତରଖାନା ଆଗରେ ଧାରଣା

ଯାଜପୁର: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। […]

ଓଡ଼ିଶା ଜ଼ିଲ୍ଲା ସମ୍ବଲପୁର

ଉପେକ୍ଷା; ୭ବର୍ଷ ହେଲା ଗଠନ ହେଉନାହିଁ ଟ୍ରଷ୍ଟ ବୋର୍ଡ; ୪ବର୍ଷ ହେଲା ଲ’କମିଶନ ରେ ଖତ ଖାଉଛି ଫାଇଲ୍

ସମ୍ବଲପୁରରୁ ହରିହର ନାଥଙ୍କ ରିପୋର୍ଟ ହୀରାକୁଦ ନଦୀବନ୍ଧ ଯୋଜନା ରେ ଜଳମଗ୍ନ ହୋଇ ଥିବା ୨୯୪ଟି ରାଜସ୍ବ ଗ୍ରାମ ଗୁଡିକ ରେ ଥିବା ଅନେକ ଦେବାଦେବୀଙ୍କ ମନ୍ଦିର ଜଳମଗ୍ନ ହୋଇଥିଲା। ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ପରିବାର ବର୍ଗ ଙ୍କ ଥଇଥାନ ପାଇଁ ସରକାର ଯେପରି ଦୃଢ ପ୍ରତିଶ୍ରୁତି ଦେଇଥିଲେ ଠିକ୍ ସେହିପରି ଜଳମଗ୍ନ ଦେବାଦେବୀଙ୍କ ମଧ୍ଯ ଉପଯୁକ୍ତ ଥଇଥାନ ପୂଜାବିଧି ଯାନିଯାତ୍ରା ଆଦି ର ବନ୍ଦୋବସ୍ତ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ତେବେ ପରିତାପ […]

LOKA SAMACHAR @2026. All Rights Reserved || Developed By CBSPL