ଓଡ଼ିଶା ଜ଼ିଲ୍ଲା ବଲାଙ୍ଗିର

ସର୍ବଭାରତୀୟ ମଠଖାଇ ମହୋତ୍ସବ ତୃତୀୟ ସନ୍ଧ୍ୟା

ବଲାଙ୍ଗୀରରୁ ସୁଧୀର ମିଶ୍ର ଙ୍କ ରିପୋର୍ଟ

ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର(କେସି)ଙ୍କ ସ୍ମୃତିରେ ଆୟୋଜିତ ୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସ୍ଥାନୀୟ କୋସଲ କଳାମଣ୍ଡଳ ପଡ଼ିଆରେ ହୋଇଯାଇଛି। ଭୂମିକା ସଭାପତି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଯୋଗଦେଇ କହିଥିଲେ ଯେ ବିନା କୌଣସି ପାଠ୍ୟକ୍ରମ ମାଧ୍ୟମରେ ନାଟକ ମଣିଷ କୁ ଛୁଇଁ ପାରେ ଓ ଶ୍ରୀ ନରସିଂହ ମିଶ୍ର ଙ୍କ ପୃଷ୍ଠ ପୋଷକତା ରେ ୧୭ ତମ ମଠ ଖାଇ ମହୋତ୍ସବ ପ୍ରଶଂଶନୀୟ ବୋଲି କହିଥିଲେ।
ସେହିପରି ସମ୍ମାନିତ ଅତିଥି ଏନଏସଡିଆନ ବିଶ୍ୱଜିତ ବିସ୍ଵାଶ କହିଥିଲେ ଯେ ଆଜି ଏ ଆ ଇ ଓ ରିଲସ ର ଯୁଗ ରେ ମଠଖାଇ ମହୋତ୍ସବ ମାଧ୍ୟମ ରେ ନାଟକ କୁ ବଞ୍ଚାଇ ରଖିବା ଏକ ବଡ଼ ପ୍ରୟାସ ବୋଲି କହିଥିଲେ । ପରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଥିଲେ ଯେ ନୂଆ କଳାକାର ସୃଷ୍ଟି କରିବାରେ ଓ ନାଟକ ମାଧ୍ୟମରେ ଅଞ୍ଚଳ ର ସମସ୍ୟା କୁ ଲୋକଳଚନ କୁ ଆଣିଲେ ଅଞ୍ଚଳ ର ବିକାଶ ରେ ସହାୟକ ହେବ ବୋଲି କହିଥିଲେ। ଆଜିର କାର୍ଯ୍ୟକ୍ରମ ମଞ୍ଚକୁ ନାଟ୍ୟକାର ସ୍ଵର୍ଗତ ଶାରତ ମାଝୀ ଓ ରାଜେନ୍ଦ୍ର ମଲ୍ଲିକ ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଏହି ଅବସରରେ ଡ଼ ଶଙ୍କର ରାମଚନ୍ଦାନି ଙ୍କୁ ମଠଖାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଭୂମିକା ସମ୍ପାଦକ ସଂଜୀବ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ। ଉଦଘାଟନୀ ସମାରୋହରେ ଢୋଲ ମୁହୁରି କଲା ପରିଷଦ କର୍ମକର୍ତ୍ତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭାପରେ ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନର କୋସଲି ନାଟକ. ‘ଦାମୁର ’ ମଞ୍ଚସ୍ଥ ହୋଇଥିଲା।
ଲେଖକ ଓ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL