ଜାତୀୟ

ପୁଟିନଙ୍କୁ ଟାର୍ଗେଟ ପରେ… ପରାମାଣୁ ମିସାଇଲ ଆକ୍ଟିଭ କଲା ରୁଷ

ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ ଅଞ୍ଚଳରେ ରୁଷିଆର ପରମାଣୁ କ୍ଷମତାସମ୍ପନ୍ନ ହାଇପରସୋନିକ୍ ‘ଓରେସନିକ’ କ୍ଷେପଣାସ୍ତ୍ର ପ୍ରଣାଳୀର ମୁତୟନକୁ ଦର୍ଶାଉଥିବା ଏକ ଭିଡିଓ ଜାରି କରିଛି। ଏହାକୁ ମସ୍କୋର ସୁରକ୍ଷା ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତୀକାତ୍ମକ ପଦକ୍ଷେପ […]

ଓଡ଼ିଶା

ମହାନଗର ନିଗମରେ ପରିଣତ ହେଲା ପୁରୀ ପୌରପାଳିକା, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ  ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପୁରୀବାସିନ୍ଦା, ଭକ୍ତ ଓ […]

ଓଡ଼ିଶା

ଧାନ କିଣାରେ ଅବ୍ୟବସ୍ଥା: ବସ୍ତା ରଖି ରାସ୍ତାରୋକ କଲେ ଚାଷୀ

ହରଭଙ୍ଗା : ବୌଦ୍ଧ ଜିଲାରେ ଖରିଫ ଧାନ କ୍ରୟ ଆରମ୍ଭରୁ କେଁ ଦେଖିବାକୁ ମିଳିଛି । ଧାନକ୍ରୟ ରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଚାଷୀ । ସୂଚନା ଅନୁସାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣିଭଷଣପୁର ପଞ୍ଚାୟତର କରଞ୍ଜକଟା ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ ହୋଇଥିଲା । ଜରି ଅଖାରେ ଧାନ କ୍ରୟକୁ ପ୍ୟାକ୍ସ କତୃପକ୍ଷ ବାରଣ କରିଥିଲେ । ଯାହାକୁ ନେଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ଚାରିଛକ-ଛତ୍ରଙ୍ଗ ରାସ୍ତାରେ ଧାନବସ୍ତା ରଖି […]

ଓଡ଼ିଶା

ମାଞ୍ଜା ସୂତା ଲାଗି ପିଉସୀ ଓ ପୁତୁରା ଗୁରୁତର

କଟକ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା […]

ଓଡ଼ିଶା

ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର

ଭୁବନେଶ୍ବର: ବରିଷ୍ଠ ଆଇପିଏସ ପଦୋନ୍ନତିରେ ସରପ୍ରାଇଜ ।  ପ୍ରମୋସନରୁ ବାଦ ପଡ଼ିଲେ ଓଡ଼ିଶାର ଦୁଇ ବରିଷ୍ଠ ଆଇପିଏସ ଅଫିସର ।  ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ମିଳିଲାନି ଡିଜିପି ପାହ୍ୟା ।  ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଏବେ ଏଡିଜିପି ପାହ୍ଯାରେ କାର୍ଯ୍ୟରତ । ୧୬ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱା ତାଲିକାରେ ସ୍ଥାନ ପାଇନାହାନ୍ତି । ଏହି ପ୍ରସଙ୍ଗ ବର୍ତ୍ତମାନ […]

ଓଡ଼ିଶା

ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ସୁନ୍ଦରଗଡ଼: ଦୌଡିବା ବେଳେ ଟଳିପଡ଼ିଲେ ଛାତ୍ର ।  ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଅଘଟଣ ।  ରିଲେ ରେସ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର ।  ମେଡିକାଲ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର ।  ମୃତ ଛାତ୍ରଙ୍କ ନାଁ ହେଲା ଜୟଦେବ ସାଗର ବେକ । ବାର୍ଷିକ କ୍ରୀଡା ଉତ୍ସବରେ ୧୫୦୦ ମିଟର ରିଲେ ରେସରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ର ।  ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ସୁନ୍ଦରଗଡ […]

ଓଡ଼ିଶା

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା, ଉତ୍ତରାରେ ୨ ବିଏଚକେ ଫ୍ଲାଟ ଠାବ ହୋଇଛି । ଭୁବନେଶ୍ବରରେ ୩ ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଳଟ […]

ଓଡ଼ିଶା

ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଆଠଗଡ: ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।  ଆଠଗଡ ତାରିଣୀ ଛକରେ ଏକ ହୋଟେଲର ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହୋଟେଲ ପଛ ପଟେ ରହୁଥିବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।  ମୃତ ଯୁବତୀ କର୍ମଚାରୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।  ଆଠଗଡ଼ ଅଂଚଳର ଏକ ନାମୀ ହୋଟେଲରେ କାର୍ଯ୍ୟରତ ଥିଲେ । ସେ ଏହି ହୋଟେଲରେ କିଛି ମାସ ଧରି ସେଲ୍ସେ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।  […]

ଓଡ଼ିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲା ପିଇଓ ଜିତେନ୍ଦ୍ର ଜେନା

କେନ୍ଦୁଝର: ଗିରଫ ହେଲା କରିତକର୍ମା ପିଇଓ । କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି । ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର ୬ ଦାମୀ ପ୍ଲଟ, ତିନିମହଲା ଘର ଓ ମାର୍କେଟ କମ୍ପ୍ଲେକ୍ସ ରହିଛି । ହାଟଡିହିର ବିରଞ୍ଚିପୁରରେ ରହିଛି ତିନି ମହଲା କୋଠା […]

ଓଡ଼ିଶା

୫ ରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ: ଓମସା

ଯାଜପୁର : ୧୦ ଦଫା ଦାବି ପୂରଣ ଜିଦରେ ଅଟଳ ଓମସା । ଆସନ୍ତା ୫ ତାରିଖରୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ରହିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ -ଓମସା କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବ୍ୟାପୀ ସବୁ ସରକାରୀ ମେଡିକାଲରେ ବହିର୍ବିଭାଗ ବିଭାଗ-ଓପିଡି ଘଣ୍ଟିକିଆ ବନ୍ଦ ଜାନୁଆରୀ ୪ ତାରିଖ ଯାଏ ଜାରି ରହିବ । ଜାନୁଆରୀ ୫ ତାରିଖରୁ […]

LOKA SAMACHAR @2026. All Rights Reserved || Developed By CBSPL