ଓଡ଼ିଶା

ମାଞ୍ଜା ସୂତା ଲାଗି ପିଉସୀ ଓ ପୁତୁରା ଗୁରୁତର

କଟକ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL