ଜାତୀୟ

ଖୋଲି ନପାରି ୨ଟି ଏଟିଏମରେ ଲଗାଇଲେ ନିଆଁ, ଜଳିଗଲା ୩୭ ଲକ୍ଷ

ତେଲଙ୍ଗାନା : ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ମାମଲା ସାମ୍ନାକୁ ଆସିଛି। ଘଟଣାରେ ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ୍ ତାଡିନେବାକୁ ଆସିଥିଲେ। ମାତ୍ର ଅସଫଳ ହେବାରୁ ମେସିନରେ ନିଆଁ ଲଗାଇ ଦେଇଥିଲେ। ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଦୁର୍ବୃତ୍ତମାନେ ଅଳ୍ପ ସମୟ ବ୍ୟବଧାନରେ ୨ଟି ଏଟିଏମରେ ନିଆଁ ଲଗାଇଛନ୍ତି। ଏଥିରେ ମେସିନ୍ ଭିତରେ ଥିବା ନଗଦ ରାଶି ସମ୍ପୂର୍ଣ୍ଣ ଜଳି ଯାଇଛି। ସୈନଗର ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ପ୍ରାୟ ୧୦ ଲକ୍ଷ ଟଙ୍କା ଏବଂ ଆର୍ଯ୍ୟନଗରରେ ଡିସିବି ବ୍ୟାଙ୍କ ଏଟିଏମରେ ପ୍ରାୟ ୨୭ ଲକ୍ଷ ଟଙ୍କା ଜଳିଯାଇଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL