ଜାତୀୟ

ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି : ବାତିଲ ହେଲା ଶତାଧିକ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀର ଏନ୍‌ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍‌ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି। ଘନ କୁହୁଡି କମ୍ ଦୂରତା ଦୃଶ୍ୟମାନ କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଶତାଧିକ ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୫୮ଟି ବିମାନର ଉଡାଣ ଓ ୬୦ଟିର ଅବତରଣ ବାତିଲ କରାଯାଇଛି। ଏହା ସହିତ ୧୬ଟି ବିମାନକୁ ଅନ୍ୟତ୍ର ଅବତରଣ ପାଇଁ ପରାମର୍ଶ ଦିଆଯାଇଥିବାବେଳେ ୧୩୦ ବିମାନ ଉଡାଣ ବିଳମ୍ବିତ ହୋଇଛି। କୁହୁଡି ପାଇଁ ବିମାନ ଚଳାଚଳରେ ଏପରି ଅଚଳାବସ୍ଥାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ କେତେକ ସତର୍କତା ଜାରି କରିଛି। ସତର୍କତାରେ ଯାତ୍ରୀମାନଙ୍କୁ ଫ୍ଲାଇଟ୍ ଷ୍ଟାଟସ୍ ଦେଖି ଯାତ୍ରା ଆରମ୍ଭ କରିବାକୁ କହିଛି। ଏହା ସହିତ ଏୟାରଲାଇନ୍ସ କମ୍ପାନୀ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL