ଓଡ଼ିଶା

ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଗହଳି

ପୁରୀ:ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬(Happy New Year 2026) । ସବୁଠି ଇଂରାଜୀ ନବବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଚାଲିଛି ।

ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା । ଦ୍ଵାର ଫିଟା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂ ଅନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଯାଇ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ରାତି ୨ଟାରୁ ପୁଣି ଆରମ୍ଭ ହୋଇଥିଲା ଦର୍ଶନ। ଗୋପାଳ ବଲ୍ଲଭ ଭୋଗ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ପୁଣି ସକାଳ ୬ ଟାରୁ ଆରମ୍ଭ ହୋଇଥିଲା ଦର୍ଶନ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL