ଓଡ଼ିଶା

ବୁଧବାର ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି: ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ବନକଲାଗି ନୀତି ଆରମ୍ଭ ହେବ । ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ […]

ଓଡ଼ିଶା

ବଢ଼ିଲା ଅଙ୍ଗନବାଡି ପିଲାଙ୍କ ପୋଷାକର ମୂଲ୍ୟ

ଭୁବନେଶ୍ୱର: ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିଲା । ଏବେ ଏହା ବଢ଼ି ୧୭୫ ଟଙ୍କା ହୋଇଛି । ଅଙ୍ଗନବାଡ଼ି ପିଲାମାନେ ଉଚ୍ଚମାନର ୟୁନିଫର୍ମ ପିନ୍ଧିବା […]

ଓଡ଼ିଶା

୩ରେ ପୁରୀ ଆସିବେ ମହାମହିମ, ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ: ଆସନ୍ତା ୩ ତାରିଖ ଦିନ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏହାସହ ମହାମହିମ ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ୪ଟା ୩୦ରେ ବସିବ ବୈଠକ […]

ଓଡ଼ିଶା

ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ବିଳମ୍ବିତ ରାତିରେ ନବଜାତ ଶିଶୁ କନ୍ୟାକୁ ଫିଙ୍ଗି ଦେଇଥିବା ସନ୍ଦେହ। ନବଜାତକୁ ଦେଖି ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। କୁମାରୀ ମାତୃତ୍ଵ ପରେ ଲୋକ ଲଜ୍ଜା […]

ଓଡ଼ିଶା

ମହାନଦୀ ପ୍ରସଙ୍ଗ: କ୍ଷେତ୍ର ପରିଦର୍ଶନ ଲାଗି ଛତିଶଗଡ ଯିବେ ଓଡିଶାର ଟିମ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ଖୁବଶୀଘ୍ର ଛତିଶଗଡ଼ରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବେ। ଏଥି ସହିତ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା […]

ଓଡ଼ିଶା

ବାର୍‌ହା ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର । ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ ପ୍ରଧାନ(୬୦) ଏବଂ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ(୩୫)। ଖବରମୁତାବକ, ଅପସରୀ ଓ ନିରଜିନୀ କାଠ ଆଣିବାକୁ ଶ୍ରୀକଲା ଘାଟି ଅଞ୍ଚଳକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଅତର୍କିତ ଭାବେ ସେମାନଙ୍କୁ […]

ଜାତୀୟ

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି ।  ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି । ନିରନ୍ତର ଦ୍ରୁତ ବେଗରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥା […]

ଜାତୀୟ

ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୀର୍ଘ ୨୨ ବର୍ଷ ବିବିସିର ବ୍ୟୁରୋ ଚିଫ୍ ରହିବା ସହ […]

ଜାତୀୟ

ବାଂଲାଦେରେ ପୁଣି ହିନ୍ଦୁ ଯୁବକଙ୍କ ଉପରେ ଆକ୍ରମଣ

ବାଂଲାଦେଶ : ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ଏପରି ଘୃଣ୍ୟ ଅତ୍ୟାଚାର ନରସିଙ୍ଗଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ୨୩ ବର୍ଷୀୟ ଯୁବକ ଏହି ଆକ୍ରମଣ ଶୀକାର ହୋଇଥିବା ଜଣାପଡିଛି । ଯୁବକଙ୍କୁ ଜାଳି ଦେବା ପରେ ହିନ୍ଦୁ ସମ୍ପ୍ରଦାୟରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ହିନ୍ଦୁ ଯୁବକ ଚଞ୍ଚଳ ଚନ୍ଦ୍ର ଭୌମିକଙ୍କ ଥକା ଲାଗିବାରୁ ଅଟୋମାବାଇଲ୍ ୱାର୍କସପରେ ଶୋଇପଡିଥିଲେ । ସେହି ସମୟରେ ବାଂଲାଦେଶୀମାନେ ସଟର ତଳୁ […]

ଜାତୀୟ

ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, ୫ ମୃତ

ହାଇଦ୍ରାବାଦ : ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଥିବା ୪ ମହଲା ବିଶିଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଫସି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଶନିବାର ଦିନ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କୋଠାରେ ବେସମେଣ୍ଟରେ ଫସି ରହିଥିବା ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । କୋଠାରୁ ଜଣେ ମହିଳାଙ୍କ […]

LOKA SAMACHAR @2026. All Rights Reserved || Developed By CBSPL