ଓଡ଼ିଶା

ବାର୍‌ହା ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର ।

ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ ପ୍ରଧାନ(୬୦) ଏବଂ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ(୩୫)।

ଖବରମୁତାବକ, ଅପସରୀ ଓ ନିରଜିନୀ କାଠ ଆଣିବାକୁ ଶ୍ରୀକଲା ଘାଟି ଅଞ୍ଚଳକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅପସରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଅପସରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ସେହିପରି ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ(୩୫) ଓ ତାଙ୍କ ସ୍ବାମୀ ବାପି ମଲ୍ଲିକ ଜି.ଉଦୟଗିରିରୁ ବାଇକ୍‌ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଶ୍ରୀକଲା ଘାଟି ନିକଟରେ ବାଇକ୍‌ ଖରାପ ହୋଇଥିଲା । ବାପି ବାଇକ୍‌ ମରାମତି କରୁଥିବା ବେଳେ ବାର୍‌ହା ଅତର୍କିତ ଭାବେ ସସ୍ମିତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL