ଓଡ଼ିଶା

ମହାନଦୀ ପ୍ରସଙ୍ଗ: କ୍ଷେତ୍ର ପରିଦର୍ଶନ ଲାଗି ଛତିଶଗଡ ଯିବେ ଓଡିଶାର ଟିମ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ଖୁବଶୀଘ୍ର ଛତିଶଗଡ଼ରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବେ। ଏଥି ସହିତ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବେ। ସୂଚନା ଅନୁସାରେ ଜାନୁଆରୀ ୨୯ ଓ ୩୦ ତାରିଖରେ ଯାଇପାରନ୍ତି ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍।

ତେବେ ଉଭୟ ରାଜ୍ୟ ମଧ୍ୟରେ ଛତିଶଗଡ଼ ବେଆଇନ ଭାବେ ନିର୍ମାଣ କରିଥିବା ବ୍ୟାରେଜ୍ ଓ ଚେକ୍‌ଗେଟ୍ ଭାଙ୍ଗିବା ପ୍ରସଙ୍ଗରେ ଆଲୋଚନା ହୋଇପାରେ। ସେହିପରି କଲମା ବ୍ୟାରେଜ୍ ତଳେ ନିର୍ମାଣ ହୋଇଥିବା ବାଲିବନ୍ଧ ହଟାଇବାକୁ ଦାବି କରାଯାଇପାରେ, ଅଣମୌସୁମୀ ସମୟରେ ହୀରାକୁଦ ଓ ଓଡ଼ିଶା ପାଇଁ ଯେତିକି ପାଣି ଆବଶ୍ୟକ ସେତିକି ପାଣି ଛାଡ଼ିବା ପ୍ରସଙ୍ଗ, ଖରାଦିନେ ବନ୍ଦ ଥିବା ବ୍ୟାରେଜ୍ ଓ ଗେଟ୍ ଖୋଲିବା, ବର୍ଷା ଦିନେ ଅଧିକ ଗେଟ୍ ଖୋଲୁଥିବାରୁ ଓଡ଼ିଶାରେ ବନ୍ୟା ସହିତ ହୀରାକୁଦ ଉପରେ ପ୍ରଭାବ ପଡୁଛି, ଜଳ ବଣ୍ଟନ ନେଇ ବୁଝାମଣା ଉପରେ ଦେଇପାରନ୍ତି ଗୁରୁତ୍ୱ। ଏସବୁ ଭିତରେ ଆସନ୍ତା ମାର୍ଚ୍ଚରେ ସରୁଛି ଟ୍ରିବ୍ୟୁନାଲ କାର୍ଯ୍ୟକାଳ । ଏଭଳି ସମୟରେ ଓଡ଼ିଶା ଜନ ପ୍ରିତିନିଧିଙ୍କ ଛତିଶଗଡ ଗସ୍ତ ବେଶ୍ ଗୁରୁତ୍ବ ରଖୁଛି।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL