ଓଡ଼ିଶା

ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର। ବିଳମ୍ବିତ ରାତିରେ ନବଜାତ ଶିଶୁ କନ୍ୟାକୁ ଫିଙ୍ଗି ଦେଇଥିବା ସନ୍ଦେହ। ନବଜାତକୁ ଦେଖି ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଦିଗପହଣ୍ଡି ଥାନା ଭୀଷ୍ମଗିରୀ ବଡ଼ବନ୍ଧରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। କୁମାରୀ ମାତୃତ୍ଵ ପରେ ଲୋକ ଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ଦେଇ ପୋଖରୀ ପାଣିରେ ଫୋପାଡି ଦିଆଯାଇଥିବା ନେଇ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି।

ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନ ସଚେତନତା କରାଯାଉଥିଲେ ମଧ୍ୟ ଏବେବି ଶିଶୁକନ୍ୟା ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଛି । ବେଟି ବଚାଓ ବେଟି ପଢାଅ ସ୍ଲୋଗାନ ନିରର୍ଥକ ହୋଇଛି। ଏହି ଘଟଣା ସମ୍ପର୍କରେ ଗ୍ରାମର କୌଣସି ବ୍ୟକ୍ତି ଆମକୁ ଜଣାଇନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL