ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଓ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ
ଭୁବନେଶ୍ବର: ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ସଭାପତି ଅଜୟ ବାଙ୍ଗା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା, ଭାରତର ଯୁବପିଢ଼ିଙ୍କୁ ଘରୋଇ କ୍ଷେତ୍ରର ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବା, ଭିତ୍ତିଭୂମି ବୃଦ୍ଧି କରିବା, ସାମାଜିକ କ୍ଷେତ୍ରର ଉନ୍ନତି ଆଣିବା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ […]













