ଜାତୀୟ

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିର ପିତା, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧୀନତା ଦେଇଥିବା ମହାନ୍‌ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି । ୧୯୪୮ମସିହା ଆଜିର ଦିନରେ ବାପୁଙ୍କୁ ଗୁଳି କରି ହତ୍ୟା କରିଥିଲା ନାଥୁରାମ ଗଡସେ । ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ […]

ଜାତୀୟ

ଟ୍ରକ୍-କାର ମୁହାଁମୁହିଁ ଧକ୍କା, ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ଟ୍ରକ୍ ଏବଂ କାରଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍ ଜବତ କରିଛି । ସୂଚନାସୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ମହାରାଜପୁରାର ଗ୍ୱାଲିୟର-ଭିଣ୍ଡ ରାଜପଥର ବରେଥା ଟୋଲ୍ ପ୍ଲାଜା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଘନ […]

ଜାତୀୟ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପୱାର

ମୁମ୍ବଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ […]

ଜାତୀୟ

ନିଆମେରେ ବାୟୁସେନା ଘାଟି ଉପରେ ଆକ୍ରମଣ, ୨୦ ମୃତ

ନାଇଜର: ନାଇଜରର ରାଜଧାନୀ ନିଆମେରେ ବଡ଼ ଆକ୍ରମଣ । ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି । ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ କହିଛନ୍ତି ଯେ, ବୁଧବାର ରାତିରେ ସଶସ୍ତ୍ର ଲୋକମାନେ ରାଜଧାନୀରେ ଥିବା ନାଇଜର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ପ୍ରବଳ ଗୁଳିଚାଳନା ଏବଂ ବିସ୍ଫୋରଣ ହୋଇଥିଲା । ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସିଥିଲେ ଏବଂ ସୁରକ୍ଷା ବାହିନୀ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । […]

ଜାତୀୟ

କିସ୍ତୱାଡ଼ରେ ସେନା-ଜୈସ୍‌ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍‌ ସେବା ଠପ୍

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ‌ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ଲୁଚି ରହିଥିବାବେଳେ ସେନା ପକ୍ଷରୁ ସେମାନଙ୍କୁ କାବୁ କରିବାକୁ ବଡ଼ଧରଣ ଅପରେସନ ଚାଲିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କିସ୍ତୱାଡ଼ର ଚାତ୍ରୁ ଅଞ୍ଚଳରେ ଗୁରୁବାରଠାରୁ ତଲାସି ଅଭିଯାନ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା କରିଦିଆଯାଇଛି। ଆତଙ୍କବାଦୀ ଧରାପଡ଼ି ନଥିବାବେଳେ ଚାତ୍ରୁ ଅଞ୍ଚଳର ସିଙ୍ଗପୁରା, ଅରିଗମ୍‌ ଦ୍ବାଥର ଓ ନଇଦଗମ୍‌ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ଚାଲିଥିବା ଅଭିଯାନ ସମୟରେ ଦେଶ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା […]

ଜାତୀୟ

ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ

ନୂଆଦିଲ୍ଲୀ: ଲେହ ଏୟାରଫୋର୍ସ ଷ୍ଟେସନରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। ସାମରିକ ଇଞ୍ଜିନିୟରିଂ ସର୍ଭିସ (MES) ମାତ୍ର ୨୧ ମାସ ମଧ୍ୟରେ ଏକ ସମାନ୍ତରାଳ ରନୱେ ନିର୍ମାଣ ସମାପ୍ତ କରିଛି । ଲେହ ଏୟାରଫିଲ୍ଡ, ଯାହା ୧୯୬୦ ଦଶକରେ ଏକ ସରଳ ଏୟାରଷ୍ଟ୍ରିପ୍ ଥିଲା, ଏବେ ଦୁଇଟି ରନୱେ ସହିତ ଏକ ଆଧୁନିକ ଏୟାରବେସରେ ପରିଣତ ହୋଇଛି । ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗୁରୁବାର ଏହି ନୂତନ ରନୱେକୁ ଉଦଘାଟନ କରୁଛନ୍ତି। ପ୍ରାୟ ₹୪୫୨ କୋଟି […]

ଓଡ଼ିଶା

ଫେବୃୟାରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଫେବୃୟାରୀ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ। ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ […]

ଓଡ଼ିଶା

ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର ।  ଏପରି  ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ  ।   ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ ।  ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀକୁ ଦେଇଥିଲେ ।   ଶିଶୁର ପରିଚୟ ମିଳି ପାରି ନ ଥିବା ବେଳେ ତାକୁ ଉଦ୍ଧାର କରି ହସ୍ପିଟାଲକୁ ନେବା ବ୍ୟବସ୍ଥା […]

ଓଡ଼ିଶା

ଯୋଗାଣ ମନ୍ତ୍ରୀଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି । ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡିନି । ଏନେଇ କ୍ୟାପିଟାଲ୍ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି […]

ଓଡ଼ିଶା

ଦୁଇ ବାଇକ ମୁହାଁମୁହିଁ, ବାପ-ପୁଅ ମୃତ

ନୟାଗଡ଼: ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ । ଭୋଜି ଖାଇବାକୁ ଯାଉଥିବା ବେଳେ ଆସିଲା ଯମ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୈବଲ୍ୟପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଶାବରୀ ଗାଁର ବୃନ୍ଦାବନ ବିଶୋଇ ଓ ତାଙ୍କ ପୁଅ ଲକ୍ଷ୍ମୀଧର ବିଶୋଇ । ଅନ୍ୟ ଜଣେ ଗୁରୁତର ମଠଖଜୁରିଆ ଗାଁର ମୁନା ବାରିକଙ୍କୁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାପ-ପୁଅ ବାଇକରେ କୈବଲ୍ୟପୁରକୁ […]

LOKA SAMACHAR @2026. All Rights Reserved || Developed By CBSPL