ଓଡ଼ିଶା

ନକଲି କାଜୁ ଗୋଦାମରେ ଚଢ଼ଉ

କୋଣାର୍କ : ନକଲି କାଜୁ ଗୋଦାମରେ ଚଢ଼ଉ । ମାଲିକ ଅଟକ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ କାରବାର ଘଟଣାରେ ଏକ କାଜୁ ଗୋଦାମରେ ଚଢ଼ଉ କରାଯାଇଛି । ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା ୪କ୍ୱିଣ୍ଟାଲ କାଜୁ ଜବତ ହୋଇଛି । ଘଟଣାରେ ଗୋଦାମ ମାଲିକଙ୍କୁ ଅଟକ ରଖି ପୁଲିସ୍ ପଚାର ଉଚରା କରୁଛି । ସୂଚନାଯୋଗ୍ୟ ଦୁଇଦିନ […]

ଓଡ଼ିଶା

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍

ପୁରୀ: ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ରଖିବାକୁ କୁହାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜବାବ ତଲବ ହୋଇଛି । ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୮୭ ମସିହାରେ ଅଭୟାରଣ୍ୟ ପାଇଁ ଜାରି ହୋଇଥିଲା […]

ଓଡ଼ିଶା

୨ କୋଟିର ଚିଟଫଣ୍ଡ ଠକେଇ: ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଗିରଫ

ଭୁବନେଶ୍ବର: ୨କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିବିଆଇ । ପଶ୍ଚିମବଙ୍ଗ ନଦିଆରୁ ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା ଗିରଫ ହୋଇଥିବା ସୂଚନା ମିଳିଛି । କଲକାତାର ଏକ୍ସପ୍ରେସ୍ କଲଟିଭେସନ ଲିମିଟେଡ୍ ସଂସ୍ଥାର ନିର୍ଦ୍ଦେଶକ ହେଉଛି ତନ୍ମୟ ମିର୍ଦ୍ଧା । ଏହି ଠକେଇ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୦ରେ ମାମଲା କରିଥିଲା ସିବିଆଇ । ୨୦୨୨ରେ କଂପାନୀ ବିରୋଧରେ ଚାର୍ଜସିଟ୍ ଦାଖଲ […]

ଓଡ଼ିଶା

ବୋହୂକୁ ପୋଡି ମାରିବାକୁ ଉଦ୍ୟମ !

ଆନନ୍ଦପୁର : ବୋହୁକୁ ଘର ଭିତରେ ବନ୍ଦ କରି ପୋଡି ମାରିବାକୁ ଉଦ୍ୟମ କରିଛନ୍ତି ଶ୍ଵଶୁର ଘର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ସୂଚନା ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମର ଗୋଲାପମଞ୍ଜରୀ ସାହୁ ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବେ ବିବାହ କରିଥିଲେ । ଗତ ଡିସେମ୍ବର ୨୫ରେ ଗୋଲାପଙ୍କୁ ଘର ଭିତରେ କବାଟ ଦେଇ […]

ଓଡ଼ିଶା

ସ୍କୁଟିକୁ ଧକ୍କା ଦେଲା ହାଇୱା, ମହିଳା ମୃତ

କେନ୍ଦୁଝର : ଯୋଡ଼ା ଥାନା ମାଇନିଂ ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ସ୍କୁଟି ଚାଳକ ମହିଳା ମୃତ । ୫୨୦ ନମ୍ବର ଜାତୀୟ ରାଜପଥ ମାଇନିଂ ଛକରେ ଆଜି ସନ୍ଧ୍ୟାରେ ଏକ ହାଇୱା ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିଳା । ଫଳରେ ମହିଳା ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଯୋଡ଼ା ବନେଇକଳାର ସୁନିତା ଲୋହାର (୪୨) ବୋଲି ଜଣାପଡିଛି । ମୃତକ […]

ଓଡ଼ିଶା

‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାରେ ପୁରୀ ବୁଲିବେ ବରିଷ୍ଠ ନାଗରିକ

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ସେମାନଙ୍କୁ ପୁରୀ ବୁଲାଇବେ ସରକାର । ୬୦ରୁ ୭୫ବର୍ଷ ବୟସ୍କଙ୍କୁ ଶ୍ରୀକ୍ଷେତ୍ରକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବେ ମୋହନ ମାଝୀଙ୍କ ସରକାର । ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । […]

ଓଡ଼ିଶା

ଓଡିଶାରେ ବ୍ୟାନ ହେବନି ପାନ ମସଲା

ଭୁବନେଶ୍ଵର: ଓଡିଶାରେ ବ୍ୟାନ ହେବନି ପାନ ମସଲା । ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖି ଏନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ପାନ ମସଲାରେ ଟବାକୋ, ନିକୋଟିନ୍ ନଥିବାରୁ ବ୍ୟାନ ହେବନି । ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି । ତମାଖୁ, ଜର୍ଦ୍ଦା, ଖଇନି, ଗୁଡ଼ାଖୁ ଆଦି ବ୍ୟବହାର ଯୋଗୁ କର୍କଟ ବଢ଼ୁଛି । ବିଶେଷ କରି ମୁଖ ଗହ୍ୱରଠାରୁ ଆରମ୍ଭ […]

ଓଡ଼ିଶା

କୋଟିଆରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି

ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ଆନ୍ଧ୍ର ଅଧିକାରୀ-କୋଟିଆ ପୋଲିସ ମୁହାଁମୁହିଁ ହୋଇଛନ୍ତି। କୋଟିଆର ପିଛା ଛାଡ଼ୁନି ଆନ୍ଧ୍ର। କୋଟିଆ ଗ୍ରାମପୁଞ୍ଜ ଉପରସେମ୍ବୀ ଗାଁରେ କୋଟିଆ ପୋଲିସ ସହ ଓ ଆନ୍ଧ୍ର ସରକାରୀ କର୍ମଚାରୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଣି […]

ଓଡ଼ିଶା

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ବନ୍ଧୁକ ଜବତ, ସ୍କୁଲ ଆଗରେ ହୋହଲ୍ଲା

ବାଲେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ମିଳିଲା ବନ୍ଧୁକ। ଜବତ ପାଇଁ ଆସି ପୋଲିସ ହଟହଟା। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଛାତ୍ରଛାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଆଗରେ ହୋହଲ୍ଲା କରିଛନ୍ତି। ଖବର ପାଇ ସ୍କୁଲରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଅଭିଭାବକମାନେ ଅଟକ ରଖିଥିଲେ। ସୂଚନା ଅନୁସାରେ, ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର […]

ଓଡ଼ିଶା

ବିଲରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ସେ ନିଖୋଜ ଥିଲେ । ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର । ଏବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି । ବେକରେ ଏକ କପଡ଼ା ଗୁଡା ଯାଇଥିବା ବେଳେ ପାଖରେ ଏକ ପାଣି ବୋତଲ ଓ ସାଇକେଲ ପଡ଼ିଛି । ରାସ୍ତା ଠାରୁ ବିଲର ୧୦୦ମିଟର ଦୁରରେ ମିଳିଛି […]

LOKA SAMACHAR @2026. All Rights Reserved || Developed By CBSPL