ଓଡ଼ିଶା

କୋଟିଆରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି

ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ଆନ୍ଧ୍ର ଅଧିକାରୀ-କୋଟିଆ ପୋଲିସ ମୁହାଁମୁହିଁ ହୋଇଛନ୍ତି। କୋଟିଆର ପିଛା ଛାଡ଼ୁନି ଆନ୍ଧ୍ର। କୋଟିଆ ଗ୍ରାମପୁଞ୍ଜ ଉପରସେମ୍ବୀ ଗାଁରେ କୋଟିଆ ପୋଲିସ ସହ ଓ ଆନ୍ଧ୍ର ସରକାରୀ କର୍ମଚାରୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଣି ରାସନ କାର୍ଡ ସର୍ଭେ ପାଇଁ ଉପରସେମ୍ବୀ ଗାଁକୁ ଆସିଥିଲେ ଆନ୍ଧ୍ର ଅଧିକାରୀ। ଖବର ପାଇଁ କୋଟିଆ ପୋଲିସ ପହଞ୍ଚିଥିଲା।

ସର୍ଭେ ଟିମକୁ ଆକଟ କରିବାରୁ ହେଲା ବଚସା ଆରମ୍ଭ ହୋଇଥିଲା। ଉପରସେମ୍ବୀ ବାସୀ, ଆନ୍ଧ୍ର କର୍ମଚାରୀ ମିଶି ପୋଲିସ କଥା କଟାକଟି କରିଥିଲେ। କିଛି ସମୟ ପରେ ଅଧାରୁ ଫେରିଯାଇଛନ୍ତି ଆନ୍ଧ୍ର ଅଧିକାରୀ । ସୀମାନ୍ତ କୋଟିଆରେ ଥମୁନି ଆନ୍ଧ୍ରର ଅନୁପ୍ରବେଶ। ଗୁରୁବାର ଉପରସେମ୍ବି ଗାଁରେ ଆନ୍ଧ୍ର ଅଧିକାରୀ ପହଞ୍ଚି ରାସନକାର୍ଡ ସର୍ଭେ କରିଛନ୍ତି। ଖବର ପାଇ ଓଡ଼ିଶା ପୋଲିସ ସର୍ଭେ ଦଳକୁ ଅଟକାଇଥିଲା କିନ୍ତୁ ସ୍ଥାନୀୟ ବାସିନ୍ଦା ପୋଲିସକୁ ବିରୋଧ କରିବା ସହ ନିରବ ରହିବାକୁ ଚେତାବନୀ ଦେଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କୁ ପ୍ର‌ଲୋଭିତ କରି ଆନ୍ଧ୍ର ରଖିଥିବାରୁ ଓଡ଼ିଶା ପୋଲିସର ବିରୋଧ ସତ୍ତ୍ବେ ଆନ୍ଧ୍ର ଅଧିକାରୀ ସର୍ଭେ କାର୍ଯ୍ୟ କରିଛନ୍ତି।

ଏ ସମ୍ପର୍କରେ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଉପରସେମ୍ବି ଗାଁକୁ ଇ-କେୱାଇସି ଅପଡେଟ୍‌ କରିବା ପାଇଁ ଆନ୍ଧ୍ରର କିଛି ଅଧିକାରୀ ଆସିଥିଲେ। ଖବର ପାଇ ବ୍ଲକ୍‌ ଅଧିକାରୀ ଓ କୋଟିଆ ପୋଲିସ ଉପରସେମ୍ବି ଗାଁକୁ ଯାଇଥିଲେ। ଫଳରେ ସେମାନେ ସର୍ଭେ ନ କରି ସେଠାରୁ ଫେରି ଯାଇଥିବା ବିଡିଓ କହିଛନ୍ତି। ଦିନକୁ ଦିନ ଆନ୍ଧ୍ରର ଅନୁପ୍ରବେଶ କୋଟିଆରେ ବଢ଼ିବା ସହ ବିଭିନ୍ନ ସୁବିଧା ମାଧ୍ୟମରେ ସେମାନେ ଲୋକଙ୍କୁ ନିଜ ପକ୍ଷକୁ ଟାଣିବାରେ ସକ୍ଷମ ହେଉଛନ୍ତି। ଦୁଇ ଦିନ ପୂର୍ବରୁ ଆନ୍ଧ୍ରର ଜନସେବା ଦଳ ବିବାଦୀୟ ଅଞ୍ଚଳର ୧୨ ଗାଁକୁ ଆନ୍ଧ୍ରର ବୋଲି ଦାବି କରିଛି। ଏଥିସହିତ ଉପରସେମ୍ବିରେ ବୈଠକ କରି ୧୨ ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି। କୋଟିଆର ୩୦ଟି ଗାଁକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଏହି ଯୋଜନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆନ୍ଧ୍ର ପ୍ର‌ଲୋଭିତ କରି ଭଣ୍ଡୁର କରିବାକୁ ପ୍ରୟାସ ଜାରି ରଖିଛି ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL