ଜାତୀୟ

ଦିଲ୍ଲୀର ୪ଟି ଘରୋଇ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ଚାରୋଟି ଘରୋଇ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସନ୍ଦେଜନକ ଜିନିଷ ମିଳିନାହିଁ ।

ସୂଚନାନୁଯାୟୀ, ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ଲୋରେଟୋ କନଭେଣ୍ଟ ସ୍କୁଲକୁ ସକାଳ ପ୍ରାୟ ୮ ଟା ୨୨ ମିନିଟରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ସିଆର୍ ପାର୍କରେ ଥିବା ଡନ୍ ବାସ୍କୋ ସ୍କୁଲକୁ ପ୍ରାୟ ୯ ଟା ୧୮ ମିନିଟ୍ ସମୟରେ ସମାନ୍ ଧମକପୂର୍ଣ୍ଣ କଲ୍ ଆସିଥିଲା । ଆନନ୍ଦ ନିକେତନର କାର୍ମେଲ ସ୍କୁଲକୁ ମଧ୍ୟ ସକାଳ  ୯ ଟା ୨୨ ମିନିଟରେ ମାଡ଼ ଧମକ ମିଳିଥିଲା । ଦ୍ବାରକାର ସେକ୍ଟର ୨୩ରେ ଥିବା କାର୍ମେଲ ସ୍କୁଲକୁ ୯ ଟା ୨୫ ମିନିଟରେ ସମାନ୍ ମେଲ୍ ଆସିଥିଲା ।  ଏହାରି ମଧ୍ୟରେ ଏହାର ସୂଚନା ପାଇବା ପରେ ପୋଲିସ ଦଳ ସ୍କୁଲଗୁଡିକରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳର ଯାଞ୍ଚ ମଧ୍ୟ ଜାରି ରଖିଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ୨୮ ଜାନୁଆରୀରେ ଗୁରୁଗ୍ରାମର ୧୩ ଟି ବଡ଼ ସ୍କୁଲକୁ ବୋମା ଧମକ ମିଳିଥିଲା । ଏଥିରେ କୁନସକପାଳନ ସ୍କୁଲ, ଲାନ୍ସର୍ସ ସ୍କୁଲ, ଆମେରିକୀୟ ସ୍କୁଲ DLF ଫେଜ୍ ୨ ଏବଂ ସେଣ୍ଟ ଜାଭିୟର୍ସ ସ୍କୁଲ, ବାଦଶାହପୁରର ପାଥୱେ ୱାର୍ଲ୍ଡ ସ୍କୁଲ, ହେରିଟେଜ୍ ଏକ୍ସପେରିଏନ୍ସିଆଲ୍ ଲର୍ଣ୍ଣିଂ ସ୍କୁଲ ସେକ୍ଟର ୬୨, ମାନବ ରଚନା ସ୍କୁଲ ସେକ୍ଟର ୪୬, ଲୋଟସ୍ ଭ୍ୟାଲି, ଶିବନନ୍ଦର ସ୍କୁଲ, ଶ୍ରୀରାମ ଆରାବଲି ସ୍କୁଲ ଏବଂ ଶେରଉଡ୍ ସ୍କୁଲ DLF ଫେଜ୍ ୨ ସାମିଲ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL