ଓଡ଼ିଶା

ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଓ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ଭୁବନେଶ୍ବର: ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ସଭାପତି ଅଜୟ ବାଙ୍ଗା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା, ଭାରତର ଯୁବପିଢ଼ିଙ୍କୁ ଘରୋଇ କ୍ଷେତ୍ରର ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବା, ଭିତ୍ତିଭୂମି ବୃଦ୍ଧି କରିବା, ସାମାଜିକ କ୍ଷେତ୍ରର ଉନ୍ନତି ଆଣିବା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଯୁବପିଢି ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନାର ମୂଳ ଲକ୍ଷ୍ୟ ରହିଥିଲା।

ଓଡ଼ିଶାର ବର୍ତ୍ତମାନର ବିକାଶ ପ୍ରକ୍ରିୟା ଏବଂ ସଂସ୍କାରମୂଳକ ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବପିଢିଙ୍କ ପାଇଁ ସୃଷ୍ଟି କରାଯାଉଥିବା ଅଧିକ ନିଯୁକ୍ତି ସୁଯୋଗ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ‘ଓଡ଼ିଶା ଭିଜନ୍‌ ଡକ୍ୟୁମେଣ୍ଟ’ ପ୍ରଦାନ କରିଛନ୍ତି। ଏଥିରେ ଆଗାମୀ ବର୍ଷଗୁଡ଼ିକ ପାଇଁ ରାଜ୍ୟର ବିକାଶମୂଳକ ରୋଡମ୍ୟାପ୍ ଏବଂ “ବିକଶିତ ଓଡ଼ିଶା” ଗଠନର ପରିକଳ୍ପନା ସ୍ଥାନ ପାଇଛି।

ଏହି ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଉନ୍ନୟନ କମିଶନର ଡି. କେ. ସିଂହ ଏବଂ ବିଶ୍ୱ ବ୍ୟାଙ୍କର ପ୍ରତିନିଧିମାନେ ସାମିଲ ହୋଇ ଥିଲେ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL