ଓଡ଼ିଶା

ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଠକେଇ, ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଏକ ନକଲି କମ୍ପାନୀ ଖୋଲି ସାଇବର ଠକେଇ ଟଙ୍କାର କାରବାର ପାଇଁ ମ୍ୟୁଲ୍ ଆକାଉଣ୍ଟ ଚଲାଉଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ମୁଖ୍ୟ ସୂତ୍ରଧର ତଥା ଅନ୍ୟ ଏକ ବ୍ୟାଙ୍କର କର୍ମଚାରୀ […]

ଓଡ଼ିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ଗିରଫ

ମୟୂରଭଞ୍ଜ : ଲାଞ୍ଚ ନେଇ ଜେଲ୍ ଯାଇଥିଲେ, ଏବେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି […]

ଓଡ଼ିଶା

ସ୍କୁଲ ଗେଟ୍ ଆଗରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ସହକାରୀ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ। କାଠଫାଳିଆରେ ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର। ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା। ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ […]

ଓଡ଼ିଶା

୨୦୨୪ ବ୍ୟାଚର ୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର: ଟ୍ରେନିଂରୁ ଫେରିବା ପରେ ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS)ର ୯ ଜଣ ୨୦୨୪ ବ୍ୟାଚ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ-ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ଅଧିକାରୀମାନେ ସେମାନଙ୍କ ନ୍ୟସ୍ତ କ୍ଷେତ୍ରରେ ସବ୍- ଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଅଧିକାରୀମାନଙ୍କର ପ୍ରଥମ ସ୍ୱାଧୀନ କ୍ଷେତ୍ର କାର୍ଯ୍ୟକୁ ଚିହ୍ନିତ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା […]

ଓଡ଼ିଶା

କଲେଜ ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଖନ୍ତପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲ ରୁମରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଉକ୍ତ ଛାତ୍ରୀ ଜଣକ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛଛି | ସୂଚନା ଅନୁଯାୟୀ, ସେ କଲେଜ ହଷ୍ଟେଲରେ ରହୁଥିଲେ। ସୋମବାର ବିଳମ୍ବିତ ରାତିରେ ଅନ୍ୟ ଛାତ୍ରୀମାନେ ତାଙ୍କ କୋଠରୀର ସିଲିଂ ଫ୍ୟାନରେ ଝୁଲୁଥିବା ମୃତଦେହ ଦେଖି ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। […]

ଓଡ଼ିଶା

ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର

ବାଲେଶ୍ବର: ବାଲେଶ୍ବରରେ ଓରାଙ୍ଗଉଟାନ । ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ ହୋଇଛି । ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦେଖିବାକୁ ଅବିକଳ ବଣମଣିଷ ଭଳି । ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଉଟାନ କୋଉଠୁ କେମିତି […]

ଓଡ଼ିଶା

ଟ୍ରାଫିକ୍ ଡ୍ୟୁଟିରେ ଆରମ୍ଭ ହେଲା ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥା

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସ୍ମାର୍ଟ ଓ ଆଧୁନିକ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରବିବାର ସନ୍ଧ୍ୟାରେ ପୁଲିସ ସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କମିଶନର ଏସ୍‌. ଦେବ ଦତ୍ତ ସିଂହ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ ଓ ଡିସିପି ଟ୍ରାଫିକ୍ ଅନୁପ କାନୁନଗୋଙ୍କ ସମେତ ବରିଷ୍ଠ ପୁଲିସ […]

ଜାତୀୟ

ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କୋହଳ ହେଲା ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନ

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏଣିକି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ରିଫିଲ୍ ବୁକ୍ କରିପାରିବେ। ଏଲପିଜି ଯୋଗାଣ ସ୍ଥିତିରେ ଉନ୍ନତି ଓ ରିଫିଲ୍ ବ୍ୟାକଲଗ୍‌ରେ ହ୍ରାସ ପରେ ସରକାର ଏହି କଟକଣା କୋହଳ କରିଛନ୍ତି।କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। […]

ଜାତୀୟ

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରୁ ଫେରିଲା

କୋଚି : ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମଝି ଆକାଶରୁ ଫେରିଛି ବିମାନ । କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ ପଡ଼ିଛି । ବିମାନର ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଦ୍ରୁତ ଗତିରେ କମିଯାଉଥିବା ଜଣାପଡ଼ିବା ପରେ ବିମାନ କ୍ରୁ ସତର୍କ ହୋଇଥିଲେ । ଇଞ୍ଜିନରେ ଅଏଲ୍ ପ୍ରେସର ବିପଦ ସୀମାରେ ପହଞ୍ଚିବା ପରେ ଏହାକୁ ବନ୍ଦ କରାଯାଇଥିଲା […]

ଜାତୀୟ

ରନୱେରୁ ବାହାରକୁ ଚାଲିଗଲା କାର୍ଗୋ ବିମାନ : ୫ ମୃତ, ୫ ଆହତ

ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ […]

LOKA SAMACHAR @2026. All Rights Reserved || Developed By CBSPL