ଜାତୀୟ

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ: ପିଏମ୍ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କାନ୍ଦି କାନ୍ଦି ଗୁହାରି କରିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମଦ୍ୟପାନ ଅଭିଯୋଗରେ ତାଙ୍କୁ କାବୁ କରାଯାଇଥିବା କୁହାଯାଉଥିଲେ ହେଁ, ତାଙ୍କ ସ୍ବାମୀଙ୍କୁ ରୁଷୀୟ ସେନାରେ ଯୋଗ […]

ଜାତୀୟ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଦିଲ୍ଲୀ ପୋଲିସ କୋଠା ମାଲିକ ହରି ରାମଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ପୋଲିସ ତାଙ୍କୁ ଖୋଜିବା ସହ ଘଟଣା ପାଇଁ ଦାୟୀ ଅନ୍ୟ ବ୍ୟକ୍ତିଙ୍କ […]

ଓଡ଼ିଶା

ଲାଞ୍ଚ ନେବା ବେଳେ ଦୁଇ ରାଜସ୍ୱ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

କଟକ : କିସମ ପରିବର୍ତ୍ତନ କରି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଇ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ।  ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆର୍ ଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ପାଇଁ ମ୍ୟୁଟେସନ୍ ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ […]

ଓଡ଼ିଶା

ଅନଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା, ରାଜସ୍ୱ ସେବାକୁ ସ୍ୱଚ୍ଛ ଓ ସରଳ କରିବାକୁ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର : ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟୋଚିତ କରିବାକୁ ଏହି ପଦକ୍ଷେପ ନେଇ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ୩ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବାକୁ ଏଣିକି ଅନଲାଇନ୍ ଜରିଆରେ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ବିଶେଷ କରି ଅନୁସୂଚିତ ଜନଜାତିଙ୍କ ଜମି ହସ୍ତାନ୍ତର, ବେଆଇନ ଜମି ହସ୍ତାନ୍ତର ଓ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲା […]

ଓଡ଼ିଶା

ଜନ ଅଭିଯୋଗ ଶୁଣାଣି ବେଳେ ଶିବିର ଆଗରେ ପରିବାର ସହ ବିଷ ବୋତଲ ଧରି ବସିଲେ ଅଭିଯୋଗକାରୀ

ରାୟଗଡା : ଜନ ଅଭିଯୋଗ ଶୁଣାଣିରେ ଅଭାବନୀୟ ଦୃଶ୍ୟ। ଶିବିର ଆଗରେ ବିଷ ବୋତଲ ଧରି ବସିଲେ ପରିବାର। ଜମିବାଡ଼ି ଘଟଣାକୁ ନେଇ ପରିବାରକୁ ନିର୍ଯାତନା ଅଭିଯୋଗରେ ଏହି ପଦକ୍ଷେପ ନେଇଛନ୍ତି ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଅଞ୍ଚଳରେ । ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିଲା। ଏଥିଯୋଗୁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ କୀଟନାଶକ ଔଷଧ ଧରି ସପରିବାର ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି। ରାୟଗଡା ତହସିଲ […]

ଓଡ଼ିଶା

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି, ଆସନ୍ତା ୧୬ରେ ରାୟ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ । ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍‌ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ କରିଛନ୍ତି । ଆମିକସକ୍ୟୁରି […]

ଓଡ଼ିଶା

ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର : ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଧାନ ବିକ୍ରି ପାଇଁ ୧୯ ଲକ୍ଷରୁ ଅଧିକ ଚାଷୀ ଗତବର୍ଷ ପଞ୍ଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଥିବା ପରିଲିକ୍ଷିତ ହୋଇଛି । ଯାହାକୁ ଧାନ […]

ଓଡ଼ିଶା

ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ପାଠ୍ୟକ୍ରମ । ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ୨ ପାଠ୍ୟକ୍ରମ । ୧୮ ବର୍ଷ ଯାଏ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସଇକୁ ନିର୍ଦ୍ଦେଶ । ଓଡ଼ିଆରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ […]

ଓଡ଼ିଶା

ପୁଣି ଉପରମୁହାଁ ପିଆଜ ଦର, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ପାଖାପାଖି […]

ଓଡ଼ିଶା

ପାରାଦୀପ ବନ୍ଦରରେ ପ୍ରଥମଥର ଲାଗିଲା ବିଶାଳ Capesize ଜାହାଜ

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ରେକର୍ଡ । ପାରାଦୀପ ବନ୍ଦରରେ Capesize ଜାହାଜ । ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ Capesize ଜାହାଜ Western Dock-1ରେ ସଫଳତାର ସହ ଲାଗିଛି । ଏଣିକି ଅଧିକ ମାଲ୍ ନେଇ ଆସୁଥିବା ବଡ଼ ଜାହାଜକୁ ୱେଣ୍ଟର୍ଣ୍ଣ ଡକରେ ରଖି ମାଲ୍ ଖଲାସ କରାଯାଇପାରିବ । ଏମ.ଭି. ମିନେରାଲ୍ କ୍ୱାଙ୍ଗୟାଙ୍ଗ ନାମକ […]

LOKA SAMACHAR @2026. All Rights Reserved || Developed By CBSPL