ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଓଡ଼ିଶାର କୃଷି ଓ ଖାଦ୍ୟ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା।ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରପ୍ତାନି ସୁଯୋଗ ସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ […]














