ଜାତୀୟ

ରାହୁଲ ଗାନ୍ଧୀ ଓ ୨୫ ସାଂସଦଙ୍କୁ କର୍ଣ୍ଣି ସେନା ସଦସ୍ୟଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: କର୍ଣ୍ଣି ସେନାର ଜଣେ ସଦସ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ୨୫ ଜଣ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ କର୍ଣ୍ଣି ସେନାର ସଦସ୍ୟ ବୋଲି ଦାବି କରିବା ସହିତ କଂଗ୍ରେସ ସାଂସଦମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବାର ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ସମାଲୋଚନା କରିଛି କଂଗ୍ରେସ। […]

ଅନ୍ତର୍ଜାତୀୟ ଜାତୀୟ

ବିଶାଖାପାଟଣାରେ ଏଆଇ ହବ୍‌ ସ୍ଥାପନ କରିବ ଗୁଗୁଲ

ନୂଆଦିଲ୍ଲୀ : ଭାରତୀୟ ବଜାର ଉପରେ ଗୁଗୁଲ୍‌ ଅଧିକ ମନୋନିବେଶ କରିବ। ବିଶାଖାପାଟଣାଠାରେ ଗୁଗୁଲ୍‌ ପକ୍ଷରୁ ଏକ ଏଆଇ ହବ୍‌ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ସୂଚନା ଦେଇଛନ୍ତି। ସମ୍ମିଳନୀର ଏକ ଅଧିବେଶନରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରି ପିଚାଇ କହିଲେ ଯେ ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏଆଇର ଉପଯୋଗିତା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି। ବିଶେଷକରି ଅନିଶ୍ଚିତ ମୌସୁମୀ […]

ଜାତୀୟ

ମାଗଣା ଯୋଜନା ନେଇ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା (ଫ୍ରିବିଜ୍‌) ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। ଏହା […]

ଅନ୍ତର୍ଜାତୀୟ

ଇନଷ୍ଟାଗ୍ରାମ୍ ନିଶାରେ ଛୋଟପିଲା ପଡ଼ିଛନ୍ତି କି : ଆମେରିକା କୋର୍ଟରେ ଜୁକରବର୍ଗଙ୍କୁ ପ୍ରଶ୍ନ

ଲସ୍ ଆଞ୍ଜେଲସ୍: ଇନଷ୍ଟାଗ୍ରାମ୍ ଓ ଫେସବୁକର ମୂଳ କମ୍ପାନି ମେଟାର ମାଲିକ ମାର୍କ ଜୁକରବର୍ଗଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ କୋର୍ଟରେ କଡ଼ା ପ୍ରଶ୍ନ କରାଯାଇଛି। ଏହା ଏକ ଐତିହାସିକ ଶୁଣାଣି ଯେଉଁଥିରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ପିଲା ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସେମାନଙ୍କର ପ୍ରଭାବ ବିଷୟରେ ପଚରାଯାଉଛି। ଏହି ଶୁଣାଣିରେ ଯାଞ୍ଚ କରାଯାଉଛି ଯେ, ମେଟାର ପ୍ଲାଟଫର୍ମଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବରେ ପିଲାମାନଙ୍କୁ ନିଶାଗ୍ରସ୍ତ କରାଉଛନ୍ତି ଓ ସେମାନଙ୍କୁ କ୍ଷତି ପହଞ୍ଚାଉଛନ୍ତି କି ନାହିଁ। ଜୁକରବର୍ଗ […]

ଓଡ଼ିଶା

ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ ସାମଲ, କହିଲେ- ଭୁଲ୍ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରୁଛନ୍ତି

ଭୁବନେଶ୍ବର ୧୯।୨: ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ବିଧାନସଭାରେ ଚର୍ଚ୍ଚା ଆଲୋଚନା ହେଉ ତାର ଜବାବ ମୋହନ ସରକାର ଦେବେ । ବିରୋଧୀ ବିଧାନସଭାରେ ଭୁଲ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରୁଛନ୍ତି । ଧାନ କିଣାରେ ଯିଏ ବିଭ୍ରାଟ କରିବ, ତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଚାଷୀଙ୍କ […]

ଓଡ଼ିଶା

ମୋହନ ମାଝୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ‘ସିଟି ଇକୋନୋମିକ ରିଜିୟନ’ ଗଠନ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଓଡ଼ିଶାର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପ୍ରଧାନ ନିଜ ପତ୍ରରେ […]

ଓଡ଼ିଶା

ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମୋହନ; କହିଲେ, ଧାଡ଼ିଏ କହି ଖସିଯିବା ନେତା ମୁଁ ନୁହେଁ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଁ ପଳାୟନ ପନ୍ଥି ନୁହଁ, ଘରେ କି ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ଟାର୍ଗେଟ୍ କରି ମୋହନ ଆହୁରି କହିଛନ୍ତି ଯେ ମୁଁ ଦେଖିବାରେ ବିଗତ ୨୪ ବର୍ଷରେ ଗଣମାଧ୍ୟମ ପାଇଁ କେବେ ପୂର୍ବ ସରକାର ଖୋଲା ମଞ୍ଚରେ ଉତ୍ତର ଦେଇ ନାହାନ୍ତି। ମୁଁ ଖୋଲା […]

ଓଡ଼ିଶା

ବିଭାଗର ଗୁମର ଖୋଲିଲେ ଜେଲ ଡିଜି

ଭୁବନେଶ୍ବର: ରାଜ୍ୟରେ ଜଣେ ବି ଜେଲ୍‌ ଅଧିକାରୀ କି କର୍ମଚାରୀ ପଦକ ପାଇବାକୁ ଯୋଗ୍ୟ ହେଉନାହାନ୍ତି। ଚଳିତ ବର୍ଷ ବିଭିନ୍ନ ଜେଲ୍‌ର ୩୦ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲିଛି। ଚୌଦ୍ବାର ଜେଲ୍‌ର ଜଣେ ମହିଳା କଏଦୀଙ୍କ ଗହଣା କର୍ତ୍ତୃପକ୍ଷଙ୍କ ହେପାଜତରେ ଥାଇ ଚୋରି ହୋଇଯିବା ଘାଟଣାର ରଫାଦଫା ପାଇଁ ଜେଲ୍ ଅଧୀକ୍ଷକ ସୁନା ବାବଦରେ ୧ଲକ୍ଷ ୯୦ ହଜାର ଟଙ୍କା ଦେବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଜେଲ୍‌ ଡିଜି ସୁଶାନ୍ତ ନାଥ ହଠାତ୍‌ […]

ଓଡ଼ିଶା

ଉପଜିଲ୍ଲାପାଳଙ୍କ ମହାନତା, ନିଜ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଦୁଇ ପରୀକ୍ଷାର୍ଥୀଙ୍କୁ ପଠାଇଲେ

ଭୁବନ: ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ଭୁବନ ପରୀକ୍ଷା କେନ୍ଦ୍ରର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ୍‌ରେ ବସି କାମାକ୍ଷାନଗର ବସ ଷ୍ଟାଣ୍ଡରେ ଏଣେ ତେଣେ ବୁଲୁଥିବା ସମୟରେ ଉଭୟଙ୍କୁ କଙ୍କଡ଼ାହାଡ଼ର ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସାହୁ ଦେଖିବାକୁ ପାଆନ୍ତି। ସମୟ ପ୍ରାୟ ସକାଳ ୮ଟା ୨୦ ମିନିଟ୍।। ପରୀକ୍ଷା ସକାଳ ୯ଟାରେ। ତାହା ପୁଣି ୩୫କିମି ଦୂର […]

ଓଡ଼ିଶା

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ

ଭୁବନେଶ୍ବର: ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବ୍ରୁଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି। ଡ଼ା ନାୟକ […]

LOKA SAMACHAR @2026. All Rights Reserved || Developed By CBSPL