ଜାତୀୟ

ବିହାର ନିର୍ବାଚନ : ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨ ଗିରଫ

ବିହାର: RJDର ଅଭିଯୋଗ କ୍ରମେ ମୋତିହାରୀ ବୁଥ୍‌ରେ ୨ଗିରଫ । ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି ।  ରାଷ୍ଟ୍ରୀୟ ଜନତା ଦଳ (RJD) ଅଭିଯୋଗ କରିବା ପରେ ବିହାରର ମୋତିହାରୀରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ ବିଜେପି ପୋଲିଂ ଏଜେଣ୍ଟମାନେ ବୁଥ ଭିତରେ ଭୋଟରମାନଙ୍କୁ ଜାଣିଶୁଣି ବିଜେପି ନିର୍ବାଚନ ଚିହ୍ନ ଥିବା ଫଟୋ ଏବଂ ସ୍ଲିପ୍ ଦେଖାଉଥିଲେ । ଯାହାକୁ ଆଧାର କରି ୨ ଜଣଙ୍କୁ ଗିରଫ କରାଯାଇଛି ।

ଜାତୀୟ

ବିହାରରେ ମହାମେଣ୍ଟର ବିଜୟ ସୁନିଶ୍ଚିତ: ରାଜେଶ୍ ରାମ

ବିହାର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ବିହାର ନୂଆ ରେକର୍ଡ କରିଛି। ୩ଟା ସୁଦ୍ଧା ଭୋଟିଂରେ ଆକଳନ ୬୦ ପ୍ରତିଶତ ଉପରକୁ ଚାଲିଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍‌ ଦେଇଛନ୍ତି ବିହାର ରାଜ୍ୟ କଂଗ୍ରେସ ସଭାପତି ରାଜେଶ୍ ରାମ । ରାଜେଶ୍ ଔରଙ୍ଗାବାଦରେ ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଦେଇ ସାରି ସେ ମହାମେଣ୍ଟର ବିଜୟ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି […]

ଓଡ଼ିଶା

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଥିଲା। ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବାର ସନ୍ଦେହ କରାଯାଉଛି। ଏଥିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ରହିଛି। ତେଣୁ ଏହାର ଉପଯୁକ୍ତ ବିସ୍ତୃତ […]

ଓଡ଼ିଶା

ରାତି ପାହିଲେ ପ୍ରଥମାଷ୍ଟମୀ, ମାଧବାନନ୍ଦଙ୍କ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ଗଲା ପୋଢୁଆଁ ଭାର

ଗୋପ: ଚଳଚଞ୍ଚଳ ହୋଇ ଉଠିଛି ନିଆଳୀ ନିକଟସ୍ଥ ମାଧବ ମନ୍ଦିର । ଶଙ୍ଖ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ଆଜି ସକାଳୁ ସକାଳୁ ମନ୍ଦିର ନିକଟସ୍ଥ ୨୫ରୁ ଅଧିକ ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁ ବଡ଼ ଠାକୁରଙ୍କ ପୋଢୁଆଁ ଭାର ଯିବାବେଳେ ସାମିଲ ହୋଇଥିଲେ । କିଛି ଭକ୍ତ ବିଭିନ୍ନ ବେଶରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ଲାଗି ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଏପଟେ […]

ଓଡ଼ିଶା

ଘାଟିରେ ଓଲଟିଲା ଅଟୋ, ୧୩ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଲକ ତ୍ରପୁର ବ୍ଲକ ତୁରିବୁଡି ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଅଟୋଟି କିଛି ଲୋକଙ୍କୁ ନେଇ କୁମ୍ଭିଖାଲ ଗାଁକୁ ଏକ ଏକୋଇସା ଭୋଜିରେ ଯୋଗଦେବାକୁ ଆସୁଥିଲା। ହେଲେ ଭାରସାମ୍ୟ ହରାଇ ଏକ ଘାଟି ରାସ୍ତାରେ ଓଲଟି ପଡିଥିଲା। ଫଳରେ ୪ ଜଣ ଶିଶୁ ଙ୍କ ସହ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ସୁସିଲା […]

ଓଡ଼ିଶା

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ପୀତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ହାଇକୋର୍ଟରେ ଆଜି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ । ମଙ୍ଗଳବାର ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଏସପି । ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଳାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବା ବେଳେ ଏଭଳି ମନ୍ତବ୍ୟ ନହେବାକୁ କୋର୍ଟ ଏସପିଙ୍କୁ ତାଗିଦ କରିଛନ୍ତି । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ […]

ଓଡ଼ିଶା

ପୁରୀ: ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ ଜାରି ହୋଇଛି। ପୁଲିସ୍‌ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ଭାବେର ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି। ରାଜ୍ୟର ସମସ୍ତ ରେଲଓ୍ବେ ଷ୍ଟେସନ, ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢାଯିବ। ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। […]

ଓଡ଼ିଶା

ପୁଲିସ୍‌କୁ ଦୁର୍ବ୍ୟବହାର: ବିଜେଡ଼ି ନେତାଙ୍କ ନାଁରେ ଏତଲା

ନୂଆପଡ଼ା : ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଜେଡ଼ି ନେତାଙ୍କ ନାଁ ରେ ଏତଲା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ନାଁରେ କୋମନା ଥାନାରେ ଏତଲା ହୋଇଛି । ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମନୋଜଙ୍କ ନାଁରେ ଏତଲା ହୋଇଛି । ଏବେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପଦରେ ଅଛନ୍ତି ମନୋଜ । ଉପନିର୍ବାଚନରେ ବିଜେଡ଼ିର ପ୍ରମୂଖ ଟିକେଟ ଦାବିଦାର ଥିଲେ ମନୋଜ ।

ଓଡ଼ିଶା

ସରିଲା ନୂଆପଡ଼ା ଭୋଟ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

ନୂଆପଡ଼ା : ସରିଲା ନୂଆପଡ଼ା ଭୋଟ। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ଉତ୍ସାହର ସହ ୩୫୮ ବୁଥରେ ହୋଇଛି ଭୋଟିଂ ।  ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।  ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।  ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ ହୋଇଛି । କାଁ ଭାଁ ବୁଥ୍ କୁ ଛାଡିଲେ ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି […]

LOKA SAMACHAR @2026. All Rights Reserved || Developed By CBSPL