ଓଡ଼ିଶା

ଦିଲ୍ଲୀ ବିସ୍ଫୋରଣ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ

ଭୁବନେଶ୍ବର: ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ ଜୋରଦାର କରିଛି […]

ଓଡ଼ିଶା

ସୁନାବେଡ଼ାର ୮ଟି ଅତି ସମ୍ବେଦନଶୀଳ ବୁଥରେ ୭୫% ମତଦାନ

ନୂଆପଡ଼ା: ସରିଲା ନୂଆପଡ଼ା ଉପନିର୍ବାଚନ| ସୁନାବେଡ଼ା ଅଞ୍ଚଳରେ ଥିବା ସମ୍ବେଦନଶୀଳ ବୁଥଗୁଡ଼ିକରେ ମତଦାନ ଆଗୁଆ ଶେଷ ହୋଇଛି। ଏଠାରେ ୭୫% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସୁନାବେଡ଼ାର ୮ଟି ବୁଥ ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିଲା। ତେଣୁ ସେଠାରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ୪ଟା ସୁଦ୍ଧା ଭୋଟଗ୍ରହଣ ଶେଷ ହୋଇଥିଲା। ଏହା ପରେ ପୋଲିଂ ପାର୍ଟ ସେଠାରୁ ଅପରାହ୍ନ ସା​‌ଢ଼େ ୪ଟା ସୁଦ୍ଧା ହେଲିକପ୍ଟର ଜରିଆରେ […]

ଓଡ଼ିଶା

ନୂଆପଡ଼ା ଉପନିର୍ବାଚନ: କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ଵର: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ  ହୋଇଛି| ସିସିଟିଭିରେ ମନିଟର କରାଯାଇଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା| ୮ଟି ବୁଥ୍‌ରେ ଅପରାହ୍ନ ୪ଟାରେ ଭୋଟିଂ ସରିବ। ବାକି ସ୍ଥାନରେ ଅପରାହ୍ନ ୫ଟା ଯାଏଁ ଭୋଟିଂ ଚାଲିଥିଲା| ତେବେ […]

ଅନ୍ତର୍ଜାତୀୟ

ଫିଲିପାଇନ୍ସରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’ । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ ବହିଥିଲା । ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚର ଜୁଆର ବି ଆସିଥିଲା । ୧୬ ଶହ କିଲୋମିଟର ଯାଏ ମହାବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଫିଲିପାଇନ୍ସର […]

ଜାତୀୟ

ମାଲିରେ ୫ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ଚେଷ୍ଟା ଜାରି

ନୂଆଦିଲ୍ଲୀ: ମାଲିରେ ୫ ଭାରତୀୟଙ୍କୁ ଅପହରଣ ।  ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଭାରତୀୟଙ୍କୁ ଅପହରଣ କରିଛନ୍ତି ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ।  ଗତ ନଭେମ୍ବର ୬ରୁ ଭାରତୀୟଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।  ଏମାନଙ୍କ ମୁକ୍ତି ପାଇଁ ମାଲିର ବାମାକୋରେ ଥିବା ଭାରତୀୟ ଦୂତାବାସ ମାଲି ସରକାରଙ୍କ ସହ କଥାବାର୍ତ୍ତା କରିଛନ୍ତି । ଅପହର୍ତ୍ତାଙ୍କୁ ଯଥାସମ୍ଭବ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ କୁଟନୀତିସ୍ତରରେ କଥାବାର୍ତ୍ତା ଆରମ୍ଭ […]

ଜାତୀୟ

ଦିଲ୍ଲୀ ବିସ୍ଫୋରଣ ଘଟଣା ନେଇ ଗୁଇନ୍ଦା ମୁଖ୍ୟଙ୍କ ସହ କଥା ହେଲେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟେ ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ସୁରାକ ମଧ୍ୟ ମିଳିନାହିଁ। ଦିଲ୍ଲୀ ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ପାଖ ୧ ନମ୍ବର ଗେଟ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ […]

ଜାତୀୟ

ଦିଲ୍ଲୀ ପାଇଁ ପ୍ରାର୍ଥୀ ଘୋଷଣା କଲେ ତିନି ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (MCD) ର ୧୨ଟି ୱାର୍ଡରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୩୦ ତାରିଖ ସକାଳ ୭:୩୦ ରୁ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ମତଦାନ ହେବ ।  ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନରେ ​​ତିନି  ପ୍ରମୁଖ ଦଳ ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ହେଉଛି । ଏଥିପାଇଁ ବିଜେପି, ଆପ୍ ଏବଂ କଂଗ୍ରେସ ଗତକାଲି ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି । ଦିଲ୍ଲୀ ବିଜେପି […]

ଜାତୀୟ

‘ୟୁପିର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ କରାଯିବ’

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ । ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ । ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆଜିଠାରୁ […]

ଜାତୀୟ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗଢ ଥାନା ସ୍ଥିତ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଏକ ସ୍କର୍ପିଓ କାର୍ ରାସ୍ତାକଡ଼ରେ ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେବା ପରେ ବିଜୁଳି ଖୁଣ୍ଟରେ ଧକ୍କା ହୋଇଥିଲା । ଘଟଣା ପରେ ସ୍କର୍ପିଓରେ ଥିବା ଡ୍ରାଇଭର ସହିତ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର […]

ଜାତୀୟ

ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ, ୨ ଡାକ୍ତର ଗିରଫ  

ନୂଆଦିଲ୍ଲୀ: ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୦୦ କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ କାଶ୍ମୀର ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତର ଜଣକ ଡାକ୍ତର ଆଦିଲ ଅହମ୍ମଦ ରାଥର ବୋଲି ଜଣାପଡ଼ିଛି। ଆଦିଲଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢ଼ଉ କରାଯାଇଥିଲା । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ […]

LOKA SAMACHAR @2026. All Rights Reserved || Developed By CBSPL