ଘରେ ପଶିଗଲା ଆମ୍ବୁଲାନ୍ସ , ୩ ଗୁରୁତର
ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା । ଏଥିରେ ଘର ଭାଙ୍ଗିରୁଜି ଯାଇଛି । ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ପୋଷା କୁକୁରର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ସାଇକେଲ ଓ କିଛି ଘରୋଇ […]














