ଓଡ଼ିଶା

ଗହୀରମଥାରୁ ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଂଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି। ଏସିଏଫ ମାନସ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ରେଞ୍ଜର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟର ମହନ୍ତ କୁମାର ମଲ୍ଲିକ, ସଂଜୀବ କୁମାର ଦାଶଙ୍କ ନେତୃତ୍ୱରେ ବନ ବିଭାଗର ପାଟ୍ରୋଲିଂ ଟିମ ଗହୀରମଥାର ବରୁଣେଇ ଓ ଏକକୁଳା ନିକଟରେ ଏଫବି […]

ଓଡ଼ିଶା

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ଫଳ

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ଏଥିମଧ୍ୟରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସହାର ୬୬.୫୦ ପ୍ରତିଶତ ରହିଛି । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସେପ୍ଟେମ୍ବର ୨୭ରେ ପରୀକ୍ଷା ହୋଇଥିଲା । ଦୁଇଟି ପତ୍ରରେ ହୋଇ ଥିଲା ପରୀକ୍ଷା । ପେପର-୧ ଓ ପେପର-୨ ପରୀକ୍ଷା […]

ଓଡ଼ିଶା

ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ

ଭୁବନେଶ୍ଵର : ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ। ଏ ନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକ୍‌ବାଲ ସିଂ ଚୌହ୍ବାନ୍। ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍ ମୁତୟନ ହେବେ । ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ସିପ୍ ସଂଖ୍ୟା ବଢିବ। ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ। ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ ରହିବ। ଏ ନେଇ କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ […]

ଓଡ଼ିଶା

୫ ବନ୍ଧୁକ ଜବତ: ଦୁଇ ବେପାରୀ ଗିରଫ

ଭୁବନେଶ୍ଵର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍ । ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ ଜବତ ହୋଇଛି। ୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି। […]

ଓଡ଼ିଶା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, […]

ଓଡ଼ିଶା

ବିଜୟ ଲାଭ ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୟ

ପୁରୀ : ନୂଆପଡ଼ା ଉପନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ହାତେଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ହାତେଇଛନ୍ତି ନୂଆପଡ଼ା ଗଡ । ତେବେ ବିଜୟ ହାସଲ ପରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସାନିଧ୍ୟ ଲାଭ କରିଛନ୍ତି ଜୟ ଢୋଲକିଆ । ପରିବାର ସହ ବିଜେପିର ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ପୂଜାର୍ଚ୍ଚନା […]

ଓଡ଼ିଶା

ଭେଣ୍ଟିଲେଟର୍‌ରେ ହ୍ୟୁମାନ : କାନ୍ଦି କାନ୍ଦି ସହାୟତା ଲୋଡିଲେ ମା’

ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମର୍ଜେନ୍ସି ବିଭାଗରେ ପ୍ରାରମ୍ଭିକ ଚିକିତ୍ସା ପରେ ମେଡିକାଲ ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ଇକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ୩୬ ବର୍ଷୀୟ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି। […]

ଓଡ଼ିଶା

‘ଜନଜାତୀୟ ଗୌରବ ଦିବସ’ : ୬୦୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର […]

ଓଡ଼ିଶା

କୋଟିଆରେ ବାଣ୍ଟୁଥିଲା ଔଷଧ, ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍‌

କୋରାପୁଟ: ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି। କିନ୍ତୁ ଗଳାବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ। ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ଗତକାଲି […]

ଜାତୀୟ

ବିହାର ପରେ ପଶ୍ଚିମବଙ୍ଗରୁ ଶେଷ ହେବ ଜଙ୍ଗଲରାଜ: ମୋଦୀ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜେପି (BJP) ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ବିହାରର ଲୋକମାନେ କେବଳ ବିକାଶ ଏବଂ ସୁଶାସନକୁ ସମର୍ଥନ କରିନାହାଁନ୍ତି, ବରଂ ଏହି ବିଜୟ ସହିତ ସେମାନେ ବଙ୍ଗଳାରେ ବିଜୟ ପାଇଁ ବିଗୁଲ୍ ମଧ୍ୟ ବଜାଇଛନ୍ତି। ମଞ୍ଚରୁ ପଶ୍ଚିମବଙ୍ଗ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ବିହାରରେ ବିଜୟ ବଙ୍ଗଳା ପାଇଁ ପଥ ପ୍ରଶସ୍ତ […]

LOKA SAMACHAR @2026. All Rights Reserved || Developed By CBSPL