ଓଡ଼ିଶା

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରା

ସମ୍ବଲପୁର : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁରରେ ବିଶାଳ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରା ସମ୍ବଲପୁର ରିଜର୍ଭ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଲଷ୍ମୀ ଟକିଜ ଛକ, ଜେଲ ଛକ ଦେଇ ମହିଳା ମହାବିଦ୍ୟାଳୟ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, […]

ଓଡ଼ିଶା

୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେ ଏବେ ଧୈର୍ଯ୍ୟର ସହ କାମ କରୁଛୁ। କିନ୍ତୁ ଧୈର୍ଯ୍ୟର ସୀମା ଟପିଗଲେ ଆମେ ଚିନ୍ତା କରିବୁ। ଦଳରେ ବରିଷ୍ଠମାନଙ୍କୁ ଅଣଦେଖା କରାଯାଉଛି। ସେମାନଙ୍କୁ କୌଣସି କମିଟିରେ ରଖାଯାଉନି। ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ରଖାଗଲା ନାହିଁ। ଯେଉଁମାନେ ବିଜୁ ଜନତା ଦଳ ଗଢ଼ିଥିଲେ ‌ସେମାନେ ଆଜି […]

ଓଡ଼ିଶା

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’ ଉଦ୍‌ଘାଟିତ : ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନ୍‌ର ମେଗା ଟେକ୍‌-ସିଟି,  ରାଜ୍ୟରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଭୁବନେଶ୍ୱର, ୨୫।୧୧ : ଓଡ଼ିଶାରେ ଏବେ ପ୍ରକୃତ ଶିଳ୍ପ ବିପ୍ଲବର ସୂତ୍ରପାତ ହୋଇଛି, ଯାହା ରାଜ୍ୟର ଦଶା ଓ ଦିଶା ବଦଳାଇ ଦେବ। ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ମଙ୍ଗଳବାର […]

ଓଡ଼ିଶା

ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି। ଯେଉଁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ାଯାଇଥିଲା, ଆଉ ସେହି ଆଦର୍ଶ ନାହିଁ। ଦଳରେ କେହି ବିଜୁ ଲୟାଲିଷ୍ଟ ନାହାନ୍ତି କି ନବୀନଙ୍କ ଲୟାଲିଷ୍ଟ ନାହାନ୍ତି। କିଛି ହାରୁ ନେତା ଏବେ ଦଳକୁ ଚଳାଉଛନ୍ତି। ସେମାନେ ଭାବୁଛନ୍ତି, ପୁଣି ବିଜେଡି ଶାସନ କ୍ଷମତାକୁ ଆସିବ। ଯେଉଁମାନେ ବିଜୁ ବାବୁଙ୍କ ଅନୁଗାମୀ ଥିଲେ ସୋନେ ଆଜି ବିଜେଡିରେ ନାହାନ୍ତି। ବିଜେଡିକୁ ଏବେ ବ୍ୟୁରୋକ୍ରାଟମାନେ ଚଳାଉଥିବା କଥା ସମସ୍ତଙ୍କୁ ଜଣା। ଆଜି ଦଳୀୟ […]

ଓଡ଼ିଶା

୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ବର: ଆଜି କେବଳ ଶାସନ କ୍ଷେତ୍ରରେ ଆପଣମାନଙ୍କର ଯାତ୍ରାର ଆରମ୍ଭ ନୁହେଁ, ବରଂ ଏହା ଏକ ଅପୂର୍ବ ମୁହୂର୍ତ୍ତ। ଆଜିଠାରୁ ଆପଣମାନଙ୍କର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି। ଆପଣମାନଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସୁରକ୍ଷା ମିଳିବ। ଏଥି ପାଇଁ ଆମକୁ ସମାଜ ପାଇଁ କାମ କରିବାକୁ ପଡ଼ିବ। ନିଜର ଅଧ୍ୟବସାୟ, ପରିଶ୍ରମ ଓ ମାତାପିତାଙ୍କ ଆଶୀର୍ବାଦ ଯୋଗୁଁ ଆପଣମାନେ ସପଳତା ହାସଲ କରିଛନ୍ତି। ଯୁବଗୋଷ୍ଠୀଙ୍କ ଆଶା ଓ ଆକାଂକ୍ଷା ପୂରା କରିବା ହେଉଛି ଆମ ସରକାରର […]

ଓଡ଼ିଶା

ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ୨ ଗୁରୁତର

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି। ସୂଚନା ଅନୁଯାୟୀ, ଆଜି ଭୋର […]

ଓଡ଼ିଶା

ବିଜେଡିର ପଦ ଛାଡ଼ିଲେ ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା […]

Uncategorized

ବିଧାନସଭା ପରିସରରେ କମିଶନର: କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ

ଭୁବନେଶ୍ୱର,୨୫।୧୧: ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି। ଆସନ୍ତା ୨୭ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଗସ୍ତରେ ଆସିବେ। ଏଥିପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗସ୍ତ ସମୟରେ ଯେପରି କିଛି ତ୍ରୁଟି ନ ରହେ, […]

ଓଡ଼ିଶା

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ୍‌

ବଲାଙ୍ଗୀର : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି ଏବଂ ଏହାର ତଦନ୍ତ ଜରୁରୀ ବୋଲି ଦାବି କରିଛନ୍ତି। ଏସ୍‌ପି ଅଫିସକୁ ଯାଇ ସଙ୍ଗଠନର ପ୍ରତିନିଧିମାନେ ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଏବଂ ପ୍ରଶାନ୍ତ ବିରୋଧରେ ଅଭିଯୋଗ କରିଥିଲେ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ […]

ଜାତୀୟ

ଅବସର ନେଉ ନେଉ ସରକାରୀ ଗାଡ଼ି ଛାଡ଼ିଲେ ଜଷ୍ଟିସ ଗଭାଇ

ନୂଆଦିଲ୍ଲୀ: ବି.ଆର. ଗଭାଇ ଭାରତର ମୁଖ୍ୟ ବିଚାରପତି ଭାବରେ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି/ସିଜେଆଇ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ଅନେକ ମନ୍ତ୍ରୀ ଓ ନେତା ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବ […]

LOKA SAMACHAR @2026. All Rights Reserved || Developed By CBSPL